କଟକ -ଭୁବନେଶ୍ୱର ଜାତୀୟ ଦରାଜପଥ ନୂଆଗଡ଼ ନିକଟରେ ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ ୨୯ ଆହତ

୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଟୋୟାଟା ସୋରୁମ ନିକଟରେ ଶନିବାର ଅପରାହ୍ନ ସାଣେ ୩ଟା ସମୟରେ ଭୁବନେଶ୍ୱରରୁ କଟକ ଆଡ଼କୁ ଯା ଉଥିବା ମୋ ବସ ଯାତ୍ରୀ ଓହ୍ଲାଉଥିବା ସମୟରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା ।

ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୯ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଯାତ୍ରୀଙ୍କ ସମେତ ବରିଷ୍ଠ ନାଗରିକ ଏବଂ ଛୋଟ ଛୁଆ ଆହତ ହୋଇଛନ୍ତି । ଆହତଙ୍କୁ 58 ନମ୍ବର ୱାର୍ଡ଼ର କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଏବଂ ସ୍ଥାନୀୟ ଲୋକମାନେ ବସ ମଧ୍ୟରୁ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ।

ଖବରପାଇ କଟକ ବଡ଼ ଡ଼ାକ୍ତରଖାନାରେ ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ କଟକ ସଦର ବିଜେପିର ନୂତନ ବିଧାୟକ ପ୍ରକାଶ ସେଠୀ, ବାରବାଟି କଟକର କଂଗ୍ରେସ ନୂତନ ବିଧାୟିକା ସୋଫିଆ ଫିର୍ଦୋଷ, କର୍ପୋରେଟର କାମେଶ ରାଓ, କର୍ପୋରେଟର ସ୍ବର୍ଣ୍ଣପ୍ରଭା ପ୍ରମୁଖ ପହଞ୍ଚି ସହଯୋଗ ର ହାତ ବଢ଼ାଇଥିଲେ ।

Exit mobile version