ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ  ବିପୁଳ ଭୋଟ ବ୍ୟବଧାନରେ  ବିଜୟ ଲାଭ କରିଛନ୍ତି – ସୁରମା

୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ  ବିପୁଳ ଭୋଟ ବ୍ୟବଧାନରେ  ବିଜୟ ଲାଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ ବିଜେପି ଟିକେଟରେ   ତିନିଥର ନିର୍ବାଚନ ଲଢ଼ି  ପରାଜୟ ହାସଲ  କରିଥିଲେ

ମଧ୍ୟ ସେ ନିର୍ବାଚନ ମଣ୍ଡଳୀ ଛାଡି ନଥିଲେ ତେବେ ଚଳିତ ଥର ବିପୁଳ ବିଜୟ ପରେ ରଣପୁର ବିଧାୟିକା ସୁରମା ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ମୂଳିଝର ଗଡ଼ସ୍ଥିତ ମା ଉଗ୍ରତାରା ମନ୍ଦିରରେ ପହଁଚି ମା ଙ୍କୁ ପୂଜାର୍ଚ୍ଚନା କରିଛନ୍ତି l

ରାଜ୍ୟର ମଙ୍ଗଳ କାମନା କରି ମାଙ୍କ ନିକଟରେ ପ୍ରଣିପାତ କରିଛନ୍ତି lଏହି ଅବସରରେ ବିଧାୟିକା ସୁରମା ପାଢ଼ୀଙ୍କ ସହ ପୂର୍ବତନ ରଣପୁର ବ୍ଳକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୁବନେତା ପ୍ରମୋଦ କୁମାର ସାହୁ,

ମଣ୍ଡଳ ସଭାପତି ସୁବର୍ଣ୍ଣ କୁମାର ସିଂ, ନିର୍ମଳ କୁମାର ମତଗଜ ସିଂ, ଯୁବନେତା ଦୁର୍ଗା ଶଙ୍କର ସିଂ ଦେଓ, ବିକ୍ରମ ସାହୁ, ସଞ୍ଜୟ ସିଂ, କୈଳାସ ସାହୁ, ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ l

 

Exit mobile version