ବିଜେଡି ର ମଂଗୁଆଳ ହେବେ କି ଅରୁଣ ! ନବୀନ ନିବାସରେ ଅରୁଣ ପଟ୍ଟନାୟକ

ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ

୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ବର :-> ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ୍ ପଟ୍ଟନାୟକଙ୍କ ପୁଅ ଓ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଓଡ଼ିଶା।ଆସିଥିବା ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ଅରୁଣ ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସହ ସେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ। ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଉଭୟ ଅରୁଣ ଓ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ। ସମସ୍ତେ ନବୀନ ନିବାସରେ କିଛି ସମୟ ବିତାଇବା ପରେ ପାଣ୍ଡିଆନ୍ ଓ ବବି ନିଜ ନିଜ ଘରକୁ ଫେରିଛନ୍ତି । ନବୀନ ନିବାସରେ ନବୀନଙ୍କ ସହ ଅରୁଣ ରହିଥିବା ଜଣାପଡ଼ିଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ,

ବିଜେଡିର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଲାଗି ରହିଥ‌ିବାରୁ ବୋଧହୁଏ ନବୀନ ସକ୍ରିୟ ଥ‌ିବା ଅବସ୍ଥାରେ ଅରୁଣଙ୍କୁ ଦଳର ନେତୃତ୍ବ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ବିଜେଡି ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଦୀର୍ଘ ୨୭ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରହିଥ‌ିବା ନବୀନ ଏବେ ମୁଖ୍ୟମନ୍ତ୍ରୀ ପଦ ଯିବାପରେ କାଳେ ମାନସିକସ୍ତରରେ ଭାଙ୍ଗି ପଡ଼ିବେ, ସେଥ‌ିପାଇଁ ସାନ୍ତନା ଦେବାକୁ ତାଙ୍କ ପରିବାର ସଦସ୍ୟ( ଅରୁଣ) ଭୁବନେଶ୍ଵର ଆସିଛନ୍ତି ବୋଲି କିଛି ବିଜେଡି ନେତା କହୁଛନ୍ତି । ଅରୁଣ ୨-୩ ଦିନ ରହି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କ’ଣ ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡିର ନିୟମ ପରେ ଗଣମାଧ୍ୟମଠୁ ଦୂରେଇ ରହୁଥ‌ିବା ପାଣ୍ଡିଆନ୍ ଗତ ବୁଧବାର ରାତିରେ ଦିଲ୍ଲୀ ଯାଇଥିଲେ ଓ ଆଜି ସନ୍ଧ୍ୟାରେ ଭୁବନେଶ୍ବର ଫେରିଛନ୍ତି ।

 

Exit mobile version