ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ୍ ୨ ମୃତ ୩୦ ଆହତ

୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଯାଜପୁର :-> ବଡଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟରାଜପଥର ବଡ଼ଚଣା ଥାନା ନିକଟସ୍ଥ ଖଇରା ଛକ ନିକଟରେ ଆଜି ସକାଳୁ କଲିକତା ରୁ ଭୁବନେଶ୍ବର ଅଭିମୁଖେ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଶ୍ୟାମୋଲି ବସ ଏକ ସିମେଣ୍ଟ ବୋଝେଇ ଟ୍ରକ୍ କୁ ପଛରୁ ଖୁବ୍ ଜୋରରେ ଧକ୍କା ହେବା ଫଳରେ ବସ ଚାଳକ ଓ ଆଉ ଜଣ ଙ୍କ ର ମୃତ୍ଯୁ ଘଟିଥିବା ଜଣାପଡିଛି ।

ବସ ରେ ଥିବା ୪ଜଣ ଗୁରୁତର ଯାତ୍ରୀଙ୍କୁ କଟକ ବଡ ମେଡିକାଲ ପଠାଇଦେଇଛିନ୍ତ । ଓ ୧୫ ଜଣ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଅନେକ ଆହତ ହୋଇଥିବା ବେଳେ ଟ୍ରକ ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣା ସ୍ଥଳରେ ବଡ଼ଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଓ ଚଣ୍ଡିଖୋଲ ଅଗ୍ନିସମ ବିଭାଗ ପହଞ୍ଚି ଆହାତଙ୍କୁ ଡାକ୍ତରଖାନା ପଠାଇ ଥିଲେ ।

Exit mobile version