୬ ମାସ ଛୁଟିରେ ଗଲେ ସଚିବ ସୁଜାତା କାର୍ତ୍ତିକେୟନ୍‌

୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍‌ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦୦ ବ୍ୟାଚ୍‌ର ଆଇଏଏସ୍ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି । ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତାର ପ୍ରସ୍ତୁତି ପାଇଁ ସେ ଅ ।ସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ । ବିଜେଡି ପାଇଁ ସୁଜାତା କାର୍ତ୍ତିକେୟନ୍ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ବିଜେପି ଭାରତୀୟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଗତମାସ ଅଭିଯୋଗ ଆଣିଥିଲା । ଏହା ପରେ ସୁଜାତାଙ୍କୁ ମିସନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ହୋଇଥିଲା ।

Exit mobile version