ଶ୍ରୀ ଶ୍ରୀ ପ୍ରତାପେଶ୍ବର ଦେବଙ୍କ ପୀଠରେ ଅଷ୍ଟତ୍ରିଶ ଶମ୍ଭୁ ମିଳନ ଓ ରୁଦ୍ର ମହାଯଜ୍ଞ ଉଦ୍ ଯାପିତ

୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଶାସନରେ ବିଜେ ପଶ୍ଚିମାଭିମୁଖୀ ମହାଦେବ ଶ୍ରୀ ଶ୍ରୀ ପ୍ରତାପେଶ୍ବର ଦେବଙ୍କ ପୀଠରେ ଗତ ମେ ୩୧ତାରିଖ ଠାରୁ ବିଭିନ୍ନ ବୈଦିକ ଉପଚାର ମଧ୍ୟରେ ଆରମ୍ଭ ହୋଇଥିବା ରୁଦ୍ର ମହାଯଜ୍ଞ ର ଆଜି ପୂର୍ଣ୍ଣାହୁତି ଦିବସ ଅବସରରେ ଛଅଟି ଜିଲ୍ଲା ରୁ ଆଗତ ଅଷ୍ଟ ତିରିଶ ଶମ୍ଭୁ ଙ୍କ ର ମହାମିଳନ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇ ଯାଇଛି। ଏହି ଆଧ୍ୟାତ୍ମିକ ଉତ୍ସବ ର ରଜତ ଜୟନ୍ତୀ ବର୍ଷ ଅବସରରେ ବିଭିନ୍ନ ଦିବସରେ ରୁଦ୍ରାଭିଷେକ, ଶ୍ରୀମଦ୍ ଭାଗବତ ସପ୍ତାଙ୍ଗ ପାଠ, ଆଧ୍ୟାତ୍ମିକ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆଜି ରୁଦ୍ର ମହାଯଜ୍ଞ ର ପୂର୍ଣ୍ଣାହୁତି ଦିବସରେ ଖୋର୍ଦ୍ଧା,ପୁରୀ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ,କଟକ ଜିଲ୍ଲାରୁ ଆଗତ ଶମ୍ଭୁ ଙ୍କୁ ପୀଠାଧୀଶ ବାବା ପ୍ରତାପେଶ୍ବର ଦେବଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରାଯାଇ ନିମନ୍ତ୍ରିତ ଠାକୁର ମାନଙ୍କୁ ଯଥା ବିଧି ଅଧିଷ୍ଠିତ କରାଯାଇଥିଲା। ଏହି ବିରଳ ଦ୍ରୃଶ୍ୟ କୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ହୋଇ ଉପଭୋଗ କରିବା ସହ ଆଶିର୍ବାଦ କାମନା କରି ଥିଲେ।

ପରେ ସନ୍ଧ୍ୟା ରେ ରୁଦ୍ର ମହାଯଜ୍ଞ ର ପୂର୍ଣ୍ଣାହୁତି ପରେ ମେଳଣ ପଡ଼ିଆରେ ବର୍ଣ୍ଣାଢ଼୍ୟ ପଟୁଆର ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଅଷ୍ଟ ତ୍ରିଶ ଶମ୍ଭୁ ମିଳନ ଅନୁଷ୍ଠିତ ହୋଇଥିଲା। ହରିପୁର ଶାସନ ର ଗ୍ରାମବାସୀ,ମହନ୍ତ ମହାରାଜ ଶ୍ରୀ ଶ୍ରୀ ରାମମୋହନ ଦାସଜୀ ଏବଂ ଶ୍ରୀ ଶ୍ରୀ ପ୍ରତାପେଶ୍ବର ଦେବ ଯୁଵ ସସଦ ତଥା ରୁଦ୍ର ସେବକଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଏହି କାର୍ଯ୍ୟ କ୍ରମ ସମାହିତ ହୋଇଥିଲା।

Exit mobile version