Home ଅପରାଧ ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥିବା ଲୁଟେରା ଗଞ୍ଜାମରୁ ଗିରଫ : ରୂପା ଅଳଙ୍କାର ଜବତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ଏହି ଲୁଟର ବିସ୍ତୃତ ସୂଚନା ଦେଇଛନ୍ତି । ଲୁଟେରା ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଥାନା ଅଞ୍ଚଳର ବୋଲି ପୋଲିସ କହିବା ସହ ତା ନିକଟରୁ ଚୋରି ହୋଇଥିବା ୭ କିଲୋ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି । ଏହି ଲୁଟର ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତା ନାମରେ ବିଭିନ୍ନ ଜିଲ୍ଲାରେ ଲୁଟ ଅଭିଯୋଗରେ ଅନେକ ମାମଲା ରହିଛି । ଏହି ଲୁଟ ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ ରହିଛନ୍ତି । ସେମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖୁଛି । ତେଣୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡର ଠିକଣା ଗୋପନୀୟ ରଖାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ କହିଛନ୍ତି । ପୋଲିସର କହିବା ଅନୁଯାୟୀ, ଗତ ମାସ ୨୪ ତାରିଖରେ ବାଲିଗୁଡାର ରୂପା ବ୍ୟବସାୟୀ ସନ୍ୟାସୀ ନାୟକ ଏକ ରୂପା ଭର୍ତି ବ୍ୟାଗ ଧରି ବ୍ୟବସାୟ ଲାଗି ଯାଉଥିବା ସମୟରେ ପାଟଖଣ୍ଡା ସାହିରେ ଦୁଇଟି ବାଇକ ରେ ୩ ଜଣ ଲୁଟେରା ଆସି ତାଙ୍କ ଠାରୁ ରୂପା ବ୍ୟାଗ ଲୁଟି ନେଇ ପଳାଇଥିଲେ । ଏ ନେଇ ସନ୍ୟାସୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୧୯/୨୦ରେ ଏକ ମାମଲା ରୁଜୁ କରିବା ସହ ଥାନା ଅଧୂକାରୀ ସୁଶାନ୍ତ କୁମାର ସାହୁ ଲୁଟର ତନାଘନା ଆରମ୍ଭ କରିଥିଲେ । ଅଭିଯୁକ୍ତକୁ ଧରିବା ଲାଗି ବାଲିଗୁଡା ପୋଲିସ ଏକ ଟିମ ଗଠନ କରି ସି ସି ଟି ଭି କ୍ୟାମେରାରେ କଏଦ ହୋଇଥିବା ଅଭିଯୁକ୍ତ ଫଟୋକୁ ଆଧାର କରି ପୋଲିସ ମାଷ୍ଟର ମାଇଣ୍ଡ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟ ଲୁଟେରା ମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି l Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026