ନିମାପଡ଼ା ରେ ବିଜେପି ବିଧାୟିକା ପ୍ରଭାତୀ ପରିଡ଼ା ଙ୍କ ପ୍ରଥମ ବିଜୟ ଶୋଭାଯାତ୍ରା

୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :->  ପୁରୀ ଜିଲ୍ଲା ନିମାପଡ଼ା ଚର୍ଚ୍ଚିତ ଆସନର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ନିଜର ଅକ୍ତିଆର କୁ ନେଇଛନ୍ତି। ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲିପ ନାୟକ ଙ୍କୁ ହରାଇ ବା ପରେ ଆଜି ଶ୍ରୀମତୀ ପରିଡ଼ା ଅପରାହ୍ନରେ ଏକ ବିଶାଳ ବିଜୟ ଶୋଭାଯାତ୍ରା କରିଛନ୍ତି । ଏହି ବିଜୟ ଶୋଭାଯାତ୍ରା ରେ ବିଜୟୀ ବିଜେପି ବିଧାୟିକା ପ୍ରଭାତୀ ପରିଡ଼ା ଓ ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ମୁଖପାତ୍ର ଭାବେ ଦାୟିତ୍ଵ ବହନ କରିଥିବା ସମୀର ରଞ୍ଜନ ଦାଶ ବିଜେପି ତରଫରୁ ହରିପୁର ଠାରୁ ଶୋଭାଯାତ୍ରା ଆରମ୍ଭ କରି ଖେଲାର,ଧନୁଆ,ରଟିଲୋ, ନିମାପଡ଼ା,ଚାରିଛକ, ତମ୍ପାଳ, ନାଗପୁର ଆଦି ପଞ୍ଚାୟତ ଛକ ବଜାର ରେ ଶୋଭାଯାତ୍ରା କରି ଗୋପ ବଣିଆ ସାହି ଠାରେ ଶେଷ କରିଛନ୍ତି ।

ଏହି ଶୋଭାଯାତ୍ରାରେ ବିଧାୟିକା ପ୍ରଭାତୀ ପରିଡ଼ା ଓ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ନିଜ ବକ୍ତବ୍ୟରେ କହିଥିଲେ ଏ ବିଜୟ ହେଉଛି ନିମାପଡ଼ା ଓ ଗୋପ ବ୍ଲକ୍ ର ଲୋକମାନଙ୍କର ଏବଂ କୃଷକ ବନ୍ଧୁ ଓ ଗୁରୁଜନ ମାନଙ୍କ ଆଶିର୍ବାଦ ର ଏ ବିଜୟ ମୁଁ ନିମିତ୍ତ ମାତ୍ର। ଲୋକମାନେ ମତେ ଯେଉଁ ଭଲପାଇବା ଦେଇଛନ୍ତି ମତେ ବିଶ୍ବାସ କରିଛନ୍ତି ସେମାନଙ୍କ ପାଇଁ ମୁଁ ଆଜି ଠାରୁ ସେମାନଙ୍କର ସେବାରେ ଲାଗିବି । ବିଜେପି ସମର୍ଥିକମାନେ ବାଣ ଫୁଟାଇ ଏହି ବିଶାଳ ଶୋଭାଯାତ୍ରା ରେ ଖୁସି ମନାଇଥିଲେ । ପ୍ରତ୍ୟେକ ରାସ୍ତା କଡରେ ବିଜେପି ପ୍ରେମୀ ମାନେ ଛିଡ଼ା ହୋଇ ପ୍ରଭାତୀ ପରିଡ଼ା ଙ୍କୁ ଆଶୀର୍ବାଦ ଦେବାସହ ଖୁସି ମନାଇଥିଲେ ।

ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ଯୋଗୋଦାନ କରିଥିଲେ।୨୦୨୪ ନିର୍ବାଚନ ରେ ଗୋପ- ନିମାପଡ଼ା ବାସୀମାନେ ଯେଉଁ ଆସ୍ଥା ପ୍ରକଟ କରି ବିଜୟୀ କରିଛନ୍ତି, ସେମାନଙ୍କ ପାଇଁ ଆଗାମୀ ପାଞ୍ଚବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ଜନତାଙ୍କର ସେବା କରିବି ବୋଲି ବିଧାୟିକା ପ୍ରଭାତୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶୋଭାଯାତ୍ରାରେ ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖଟଇ, ଏନ୍ ଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ନଗର ଭାଜପା ସଭାପତି ନିରଞ୍ଜନ ନାୟକ ସମେତ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଏହି ବିଜୟୀ ଶୋଭାଯାତ୍ରା ରେ ସାମିଲ୍ ହୋଇଥିଲେ ।

Exit mobile version