
୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ ଗୋଟି ଆସନରୁ କ୍ଷମତା ସୀନ ବିଜୁଜନତା ଦଳ ମୂଳପୋଛ ହୋଇ ଯାଇଥିବା ଜଣାପଡ଼ିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ କୋରାପୁଟ ଜିଲାରେ ଥିବା ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ମାନେ ଜୟ ଯୁକ୍ତ ୩ ଟିରେ ବିଜୟୀ ହୋଇଥିବା ବେଳେ ପ୍ରଥମ କରି ବିଜେପି ଖାତା ଖୋଲି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ବାଜିମାତ୍ କରିଛି । କଂଗ୍ରେସ ଲକ୍ଷ୍ମୀପୁର , ଜୟପୁର ଓ ଲକ୍ଷ୍ମୀପୁର ଆସନକୁ ହାତେଇ ଥିବା ବେଳେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବିଜେପି ପ୍ରାର୍ଥୀ ଜୟ ଯୁକ୍ତ ହୋଇଛନ୍ତି ।

