ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :->  ପରିବେଶ ଅବକ୍ଷୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ବିଶ୍ୱବ୍ୟାପୀ ଲୋକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜମି ପୁନରୁଦ୍ଧାର ପାଇଁ ବୃକ୍ଷରୋପଣ ଉପରେ, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଭାରତ ସ୍କାଉଟ ଏଵଂ ଗାଇଡ୍ସ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ଆୟୋଜନ କରଯାଇଥିଲା। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରେଲୱେ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚଳିତ ବର୍ଷ ବିଶ୍ୱ ପର୍ଯ୍ୟାବରଣ ଦିବସର ବିଷୟବସ୍ତୁ “ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ପରିସ୍ଥିତି” ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ଏବଂ ଶ୍ରୀମତୀ ଗୁର୍ ସିମ୍ରନ୍ କୌର,ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧାରୋଡ଼ ର ସଭାନେତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତା ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ମ୍ୟାନେଜମେଣ୍ଟ ସେଣ୍ଟର ବିଲଡିଂ ନିକଟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା, ଏବଂ ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧା ରୋଡ଼ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ,

ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ସମସ୍ତ ଶାଖା ଅଧିକାରୀ ଏବଂ ଖୋର୍ଦ୍ଧାରୋଡ଼ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା। ବ୍ୟାନର ପ୍ରଦର୍ଶନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ଖୋର୍ଦ୍ଧାରୋଡ଼ ମଣ୍ଡଳର ସମସ୍ତ ପ୍ରମୁଖ ଷ୍ଟେସନ ଗୁଡ଼ିକରେ ମଧ୍ୟ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଥିଲା। ଶ୍ରୀ ଲିଙ୍ଗରାଜ ତ୍ରିପାଠୀ, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ମେକାନିକାଲ୍ ଇଞ୍ଜିନିୟର, ବିଶ୍ୱ ପର୍ଯ୍ୟାବରଣ ଦିବସର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Exit mobile version