ଆନ୍ତର୍ଜାତୀୟ ଆଦିବାସୀ ସାଂସ୍କୃତିକ ଓ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ରାଜ୍ୟରେ ଦଳିତ ଆଦିବାସୀ ଙ୍କ ଜଳ, ଜଙ୍ଗଲ, ଜମି ତଥା ଅନ୍ୟାନ୍ୟ ମୌଳିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରି ଆସୁଥିବା ବାଣପୁର ସ୍ଥିତ ଏକତା ପରିଷଦ ଟ୍ରଷ୍ଟ ସଂସ୍ଥା ଓ ପ୍ରୋଜେକ୍ଟ ପଏଣ୍ଟ, ଭୁବନେଶ୍ୱର ର ମିଳିତ ଆନୁକୂଲ୍ୟରେ ବାଣପୁର ର ଐତିହାସିକ ପଲଟଣ ପଡ଼ିଆ ରେ ଆଗାମୀ ଜୁନ୍ ଆଠ ତାରିଖ ଠାରୁ ଦଶ ତାରିଖ ପର୍ଯ୍ୟନ୍ତ ଏକ ଆନ୍ତର୍ଜାତୀୟ ଆଦିବାସୀ ସାଂସ୍କୃତିକ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ଚରମ ପର୍ଯ୍ୟାୟ ରେ ପହଞ୍ଚିଛି। ଆଜି ପୂର୍ବାହ୍ନ ରେ ଏକତା ପରିଷଦ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ସଂସ୍ଥା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଟ୍ରଷ୍ଟ ର ସନ୍ ଯୋଜିକା ସନ୍ଧ୍ୟା ଦେବୀ ।

ଏହି ମହୋତ୍ସବ ରେ ରାଜ୍ୟ, ତଥା ଦେଶର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଯୁବ ଆଦିବାସୀ ସାଂସ୍କୃତିକ ଦଳ ଯୋଗଦେଇ ପ୍ରତ୍ୟହ ସେମାନଙ୍କ ର ଜନଜୀବନ ଆଧାରିତ ନୃତ୍ୟ, ସଙ୍ଗୀତ ଓ ଅଭିନୟ ପରିବେଷଣ କରିବା ସହ ସେମାନଙ୍କର ପାରମ୍ପରିକ ବେଶଭୂଷା ଓ କରି ମଧ୍ୟ ପ୍ରଦର୍ଶନ କରିବେ।ଏହା ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ଏବଂ ହଜି ଯାଉଥିବା ଆଦିବାସୀ କଳା ସଂସ୍କୃତି କୁ ବଞ୍ଚାଇଵାର ଏକ ପ୍ରୟାସ ମଧ୍ୟ ହେବ। ସାଂସ୍କୃତିକ ଦଳ ଗୁଡିକ ସେମାନଙ୍କ ର ସାମାଜିକ ସମସ୍ୟା ଆଧାରିତ କାର୍ଯକ୍ରମ ମାଧ୍ୟମରେ ବୁଦ୍ଧିଜୀବୀ ଦର୍ଶନ ମାନଙ୍କ ର ଦ୍ରୃଷ୍ଟି ଆକର୍ଷଣ କରିବେ।

ବିଭିନ୍ନ ସନ୍ଧ୍ୟାରେ ଆଦିବାସୀ ମାନଙ୍କ ସମସ୍ୟା କୁ ନେଇ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ନେଇ ବିଭିନ୍ନ ସାମାଜିକ କର୍ମୀ ଓ ବକ୍ତା ମାନେ ଉଦ୍ ବୋଧନ ଦେବେ। ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ବହୁ ସଂଖ୍ୟକ ସଂସ୍କୃତିପ୍ରେମୀ ଜନସାଧାରଣ ଏହି ଉତ୍ସବରେ ଯୋଗ ଦେବାକୁ ଭରପୂର ସାମ୍ବାଦିକ ସମ୍ମିଳନୀ ରେ ସାମାଜିକ ସଙ୍ଗଠିକା ସନ୍ଧ୍ୟା ଦେବୀ ଏବଂ ସଙ୍ଗ୍ରାମ କେଶରୀ ସାମନ୍ତରାୟ ସୂଚନା ଦେଇଛନ୍ତି।

Exit mobile version