Home ଅପରାଧ ବଡ଼ପୁଟ ଛକରେ ନିର୍ବାଚନୀ ହିଂସା : ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ମାଡ଼ପିଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ବଡ଼ପୁଟ ଛକରେ ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ମାଡ଼ପିଟ ହୋଇ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଶରଣକୁଳ ଥାନାରେ ପୃଥକ ଭାବେ ଦୁଇଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ, ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ୧୪୪ଧାରା ଜାରି କରିଥିଲେ। ଗତକାଲି ସନ୍ଧ୍ୟାରେ ୧୪୪ ଧାରା ଉଠିବା ପରେ ଆଜି ଶରଣକୁଳ ଥାନା ନିକଟସ୍ଥ ବଡ଼ପୁଟ ଛକରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଞ୍ଚିରିଡ଼ା ମାନପୁର ଗ୍ରାମର ଦିଲିପ କୁମାର ସେନାପତି ସାଙ୍ଗରେ ନିଜ ପୁଅ ଝିଅଙ୍କୁ ନେଇ ବଡ଼ପୁଟ ଛକରେ ଚା ପିଉଥିବା ସମୟରେ ବଡ଼ପୁଟ ଗ୍ରାମର ରାଜନ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ ଓ ଉଦିୟ ସ୍ବାଇଁଙ୍କ ପୁଅ ପଙ୍ଗଜ ସ୍ବାଇଁ ହଠାତ୍ ଆସି ଗାଳିଗୁଲଜ କରିଥିଲେ। ତୁ ବିଜେପି ଦଳର ଲୋକ ଆମ ଛକକୁ ଆସି ପାରିବୁ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପଙ୍କଜ ଦିଲିପକୁ ଧରିଥିବା ସମୟରେ ସନ୍ତୋଷ ପାଖରେ ଥିବା ଚେୟାରରେ ଆକ୍ରମଣ କରିଥିଲେ। ଦୁଇ ଜଣଙ୍କୁ ଦିଲିପ ଯେତେ ନେହୁରା ହୋଇଥିଲେ ମଧ୍ୟ ଦୁହେଁ କିଛି ନ ଶୁଣି ମାଡ଼ ମାରି ମୁଣ୍ତ ଫଟାଇ ଦେଇଥିଲେ। ସାଙ୍ଗରେ ଥିବା ପୁଅଝିଅ ବାବାଙ୍କୁ ମାରିଦେଲେ ବୋଲି କାନ୍ଦୁଥିଲେ ମଧ୍ୟ ଦୁଇଜଣଙ୍କ ରାଗ ଏତେ ଚଢି ଯାଇଥିଲା ଯେ ସେ ପିଲାଙ୍କ କାନ୍ଦକୁ ବି ଆଡେଇ ଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦିଲିପଙ୍କୁ ଉଦ୍ଧାର କରି ଶରଣକୁଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଏହାପରେ ଦିଲିପ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣର ଖୋଳତାଡ଼ ଆରମ୍ଭ କରିଥିଲା। ଅନ୍ୟପଟେ ସନ୍ତୋଷ ଶରଣକୁଳ ଥାନାରେ ଦିଲିପଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲା। ପୁଲିସ ଘଟଣାର ତଦନ୍ତ କରି ସନ୍ତେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପଙ୍କଜ ଫେରାର ଥିବା ଜଣାପଡ଼ିଛି। Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର ପ୍ରଚଳନ କଲା by Proprietor Abhimanyu Maharana September 20, 2026 Odisha Craft Odyssey Launches Chandua : Canopies of Labour, a Bilingual Book Documenting Odisha’s Living Appliqué Traditions by Proprietor Abhimanyu Maharana September 20, 2026 ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ତରଫରୁ ନୁଆଁଖାଇ ଭେଟ ସମାପନ by Proprietor Abhimanyu Maharana September 20, 2026 ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026