Home ଓଡ଼ିଶା କନ୍ଧମାଳ : ଆଜି ହେଉଛି ସାବିତ୍ରୀ ବ୍ରତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ସ୍ୱାମୀଙ୍କ ପାଇଁ ଦିନ ଟିଏ ପାଳନ କରନ୍ତି ସ୍ତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର, ଚଉଁରା ମୂଳରେ ଏବଂ ଠାକୁର ଘରେ ଚଳଚଞ୍ଚଳ ହୋଇ ପୂଜାର୍ଚ୍ଚନା କରି ବ୍ରତୋତ୍ସବ ସହ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ମହିଳା ମାନେ ନୂଆ ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ ପୂଜା କରୁଛନ୍ତି ମହିଳାମାନେ। ଦିନ ତମାମ ଉପବାସ ରହି ବ୍ରତ ପାଳନ କରିଛନ୍ତି । ଆଜି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । କାହିଁ କେଉଁ ଯୁଗରୁ ରହି ଆସିଛି ଏହି ପରମ୍ପରା । ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ । ଏହି ପୌରାଣିକ ଗାଥାକୁ ପାଥେୟ କରି ବିଶେଷ କରି ହିନ୍ଦୁ ଧର୍ମର ମହିଳା ମାନେ ଏହି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । Categories: ଓଡ଼ିଶା, କନ୍ଧମାଳ, ମନୋରଞ୍ଜନ, ହୋମ୍ Related Content ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା by Proprietor Abhimanyu Maharana August 6, 2026 Odisha’s Women Set Their Sights on Mount Yunam by Proprietor Abhimanyu Maharana August 6, 2026 ଉପକୂଳ ଜାତୀୟ ରାଜପଥ ପାଇଁ ସାଇଟ ପରିଦର୍ଶନ by Proprietor Abhimanyu Maharana August 6, 2026 ରାଜସ୍ୱ ମନ୍ତ୍ରୀ ଙ୍କ ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା by Proprietor Abhimanyu Maharana August 6, 2026 BM Foundation Conducts Philanthropic Services During Ratha Yatra by Proprietor Abhimanyu Maharana August 6, 2026 ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026