ସରସ୍ୱତୀ କଳା ପରିଷଦ ପକ୍ଷରୁ ନୀରବ ପାର୍ଥନା ଓ ଦୀପଦାନ !

ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) କଟକ :- ସରସ୍ୱତୀ କଳା ପରିଷଦ, କଳାବିହାର,କନ୍ଦରପୁର, କଟକ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ନିବେଦନ କ୍ରମେ ସନ୍ଧ୍ୟାରେ ଏକ ନୀରବ ପାର୍ଥନା କରାଯାଇ ଦିବଂଗତ କରୋନା ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ,ଦାୟିତ୍ବବୋଧ, ଯୋଦ୍ଧାଙ୍କ ସମ୍ମାନାର୍ଥେଯୋଦ୍ଧାଙ୍କୁ ପ୍ରେରଣା,ଉତ୍ସାହିତ କରିବା ଆଦି ମହତ ଭାବଧାର ସଂକଳ୍ପ ନିଆଯିବାସହ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଭୂମି ପୂଜନ ଉତ୍ସବ ଉଦେଶ୍ୟରେ ଭକ୍ତି ଦୀପଦାନ କରାଯାଇ କରୋନା ମହାମରୀରୁ ଦେଶ ମୁକ୍ତି ପାଇଁ ପାର୍ଥନ କରାଯାଇଛି !

ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପାର୍ଥନା ସଭାରେ ସମାଜିକ ଦୂରତା ବଜାଇରଖି ଅନୁଷ୍ଠାନର କର୍ମକର୍ତ୍ତା ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ,ସଂଯୋଜକ ଚକ୍ରବର୍ତ୍ତୀ ଓତା, ଗୁରୁ ମହାଦେବ ମହାରଣା, ହେମନ୍ତ ପ୍ରଧାନ, ସୁଇଟି ପଟ୍ଟନାୟକ, ସିଦ୍ଧିସୁହା ପଟ୍ଟନାୟକ ପ୍ରମୁଖ ଉପସ୍ଥିତରହି ଏହି ମହତ କାର୍ଯ୍ୟକୁ ସଫଳ କରିଛନ୍ତି !

Exit mobile version