Home ଓଡ଼ିଶା ପ୍ରତ୍ୟୁଷାଙ୍କ ଆଶା ଆଶାରେ ରହି ଗଲା : ୪୩୯ ଖଣ୍ଡ ଭୋଟ୍ରେ ଜିତିଲେ ଗଡ଼ ରକ୍ଷା କରିବାରେ ସଫଳ ହେଲେ – ଅରୁଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନିର୍ବାଚନ ଆରମ୍ଭରୁ ଯାହା ଅନୁମାନ କରାଯାଉଥିଲା, ଶେଷରେ ସେଇଆ ହିଁ ଘଟିଲା । ଆଜି ଫଳାଫଳ ଘୋଷଣା ହେବା ପରେ ଏହା ସମସ୍ତଙ୍କୁ ଚକିତ କରିଛିଜ୍ଝ ଯଦିଓ ନୟାଗଡ଼ ବିଧାୟକ ଭାବେ ତ. ଅରୁଣ କୁମାର ସାହୁ ନିର୍ବାଚିତ ହୋଇଛନ୍ତି, ତଥାପି ବିଜେଡି ଶିବିରରେ ଉତ୍ସାହ ଓ ନେତାମାନଙ୍କ ମଧ୍ୟରେ ସରସତା ଦେଖିବାକୁ ମିଳିନାହିଁ । ଏମିତିକି ଇଭିଏମ୍ରେ ସମସ୍ୟା ପାଇଁ ଗଣତି କିଛି ସମୟ ଅଟକି ରହିଥିବା ବେଳେ ବିଜେଡିର ଅନ୍ୟ ହେଭିୱେଟ୍ଙ୍କ ଭଳି ଅରୁଣ ମଧ୍ୟ ପରାଜିତ ହେଲେ ବୋଲି ଚର୍ଚ୍ଚା ଚାଲିଲା । ମାତ୍ର ଏହା ପରେ ପୁଣି ଗଣତି କରାଯାଇଥିବା ବେଳେ ଅରୁଣ ୪୩୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଥିଲା । କମ୍ ସଂଖ୍ୟକ ଭୋଟ୍ ହେଉ ପଛେ ଅରୁଣଙ୍କ ଏହି ବିଜୟ ବିଜେଡି ନେତାମାନଙ୍କ ମଧ୍ୟରେ ଖୁସି ଆଣି ଦେଇଛି । ଅରୁଣଙ୍କୁ ୮୧,୯୫୯ ଖଣ୍ଡ ଭୋଟ ମିଳିଥିଲା ବେଳେ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କୁ ମିଳିଛି ୮୧.୫୨୦ ଖଣ୍ଡ ଭୋଟ୍ ଆରମ୍ଭରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। କେଉଁ ରାଉଣ୍ଡରେ ଅରୁଣ ଆଗେଇ ଯାଉଥିଲେ ତ, ଆଉ କେଉଁଠି ପ୍ରତ୍ୟୁଷା ବାଜିମାତ କରୁଥିଲେ । ଏମିତି ଆଗପଛ ହୋଇ ଦୁଇ ନେତା ଚାଲିଥିବା ବେଳେ କିଏ ବାଜିମାତ କରିବ, ତାହା ଅନୁମାନ କରିବା ମୁସ୍କିଲ ଥିଲା । ଏମିତିକି ଏହି ସମୟରେ ବିଜେଡି ନେତାମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଯାଇଥିବା ବେଳେ ପ୍ରତ୍ୟୁଷାଙ୍କ ସମର୍ଥକମାନେ ମଧ୍ୟ ଅନୁମାନ ଲଗାଇବା କଷ୍ଟ ବୋଲି କହୁଥିଲେ । ଗୋଟିଏ ପରେ ଗୋଟିଏ ରାଉଣ୍ଡର ଫଳାଫଳ ପ୍ରକାଶ ପାଉଥିବା ବେଳେ ବିଜେଡିର ଗଡ଼ କୁହାଯାଉଥିବା ପଞ୍ଚାୟତଗୁଡ଼ିକରେ ବିଜେପିକୁ ଅଧିକ ଭୋଟ୍ ଯାଉଥିବା ଦେଖିବାକୁ ମିଳିଥିଲା । ଗୋଟିଏ ସମୟର ୩ଟି ଆସନରେ ବିଜେତି ପ୍ରଥମରୁ ଶେଷ ରାଉଣ୍ଡ୍ ପର୍ଯ୍ୟନ୍ତ ଲାଗିରହିଲା ସସ୍ପେନ୍ସ ୪୩୯ ଖଣ୍ଡ ଭୋଟ୍ରେ ଜିତିଲେ ଗଡ଼ ରକ୍ଷା କରିବାରେ ସଫଳ ହେଲେ ଅରୁଣ ପ୍ରାର୍ଥୀମାନେ ପଛରେ ଚାଲିଥିବା ବେଳେ କେବଳ ଅରୁଣଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ଏହି ସମୟରେ ଆସୁଥିବା ଫଳାଫଳକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଥିଲା । ଫଳାଫଳ ପ୍ରକାଶ ପାଇବା ପରେ ଏବେ ବିଜେଡି ନେତାମାନେ ପୁଣି ଥରେ ଅଙ୍କ କଷିବା ଆରମ୍ଭ କରିଛନ୍ତି । ୨୦୦୪ରୁ ଲଗାତାର ଭାବେ ବିଧାୟକ ହୋଇ ଅରୁଣ ଏକ ପ୍ରକାର ରେକର୍ଡ ସୃଷ୍ଟି କରିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026