Home ଓଡ଼ିଶା ରଣପୁର : ହସୁଛି ସୁରମା କାନ୍ଦୁଛି ବାଦଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରଣପୁର ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଛନ୍ତି : ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ । ନିଜର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ପ୍ରାୟ ୧୫,୫୪୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ସୁରମା ସୁରମାଙ୍କୁ ୮୧,୪୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ସତ୍ୟନାରାୟଣଙ୍କୁ ମିଳିଛି ୬୫,୮୯୫ ଭୋଟ ବିଜୟ ପରେ ବିଜେପି କାର୍ଯ୍ୟାଳୟ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି ।ଲଗାତର ଭାବେ ତିନିଥର ରଣପୁର ନିର୍ବାଚନମଣ୍ଡଳୀରୁ ହାରିଥିବା ଶ୍ରୀମତୀ ପାଢ଼ୀ, ଚଳିତ ନିର୍ବାଚନରେ ବିଜୟୀ ହୋଇଥିବାରୁ ଜନାଦେଶକୁ ଉଚ୍ଚ ପ୍ରଶଂସା କରିବା ସହ ସମଗ୍ର ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଅପରପକ୍ଷେ, ନିର୍ବାଚନ ରଣନୀତିରେ କିଛି ତ୍ରୁଟି ରହିଯାଇଥିବାରୁ ଏଭଳି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା ବୌଲି ପରାଜିତ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ହସୁଛି ସୁରମା କାନ୍ଦୁଛି ବାଦଲ . ବିଧାୟକ ପ୍ରାର୍ଥୀଙ୍କ ବିଜୟ ହୋଇଛି ବୋଲି ଜିଲ୍ଲା ବିଜେପି ସଭାପତି ତଥା ରଣପୁର ନିର୍ବାଚନମଣ୍ଡଳୀ ବିଧାନସଭା ପାଇଁ ବିଜେପିରୁ ପ୍ରାଥମିକ । ଟିକେଟ ପାଇଥିବା ତାପସ ରଞ୍ଜନ ମାର୍ଥା କହିଛନ୍ତି I ଦୀର୍ଘ ବର୍ଷର ବ୍ୟବଧାନ ପରେ ରଣପୁର ନିର୍ବାଚନମଣ୍ଡଳୀରେ ସୁରମାଙ୍କ ବିଜୟ ତଥା ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ରଣପୁର ” ବିଜେପି କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଉତ୍ସାହୀ ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ହୋଇଛନ୍ତି | ତେବେ କିଛିକିଛି ସ୍ଥାନରେ ବାଣଫୁଟା ଶବ୍ଦ ଶୁଣିବାକୁ ମିଳିଛି | ଦୀର୍ଘ ବର୍ଷ ଅନ୍ତରାଳେ ସରକାର ପରିବର୍ତ୍ତନ ହୋଇଥିବାରୁ, ନୂତନ ଯୁବ ଭୋଟର ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି | Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026