ନିର୍ବାଚିତ ପରେ ବିଧାୟକ ଛବି ମଲ୍ଲିକଙ୍କ ପ୍ରଥମ ନିଆଳି ନିର୍ବାଚନ ମଣ୍ଡଳୀ ଗସ୍ତ, ଲୋକଙ୍କୁ ଭେଟି ସ୍ବାଗତ କଲେ ଏବଂ, ଲୋକଙ୍କ ଦୁଃଖ ବୁଝିବାକୁ କହିଲେ

୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନିଆଳି :-> ନିଆଳିର ନବ ନିର୍ବାଚିତ ନିଆଳି ବିଧାୟକ ନିର୍ବାଚନରେ ବିଜୟୀ ହେବା ପରେ ଆଜି ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ବିଭିନ୍ନ ପଞ୍ଚାୟତ ଅଞ୍ଚଳ ବୁଲି ଲୋକମାନଙ୍କୁ ଭେଟି ସ୍ବାଗତ କରିଥଲେ, ଲୋକମାନେ ମଧ୍ୟ ବିଧାୟକ ଛବି ମଲ୍ଲିକଙ୍କୁ ବାଜା, ବାଣର ନାଚ ଗୀତର ରୋଷଣୀରେ ଗାଁକୁ ପାଛୋଟି ନେଇ ଫୁଲ ଥୋଡା ଦେଇ ବଧାଇ ଜଣାଇ ଥିଲେ । ବିଧାୟକ ମଧ୍ୟ ଲୋକଙ୍କ ଭଲ ପାଇବା ସେ ସାଉଁଟିଛନ୍ତି । ଆଜି ନବ ନିର୍ବାଚିତ ବିଧାନସଭା ବିଧାୟକ ଛବି ମଲ୍ଲିକ ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଳକର ବିଭିନ୍ନ ମନ୍ଦିର ଯାଇ ଦର୍ଶନ କରିଛନ୍ତି ।

ଜଗନ୍ନାଥଙ୍କ ମାମୁଁ ଘର ମାଧବାନନ୍ଦ ଜୀୟୁ,ଜଲ୍ଲାରପୁରର ସୋମନାଥ ମନ୍ଦିର, ନିଆଳି ଶୋଭନେଶ୍ବର ମନ୍ଦିର ସମେତ ଅନେକ ମନ୍ଦିର ଯାଇ ପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି. ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ବିଧାୟକ ଛବି ମଲ୍ଲିକ କହିଛନ୍ତି ଦୀର୍ଘ ୧୫ ବର୍ଷ ଧରି ଦୁର୍ନୀତି,ଅନିତି ଓ ଭ୍ରଷ୍ଟାଚାର ଚାଲିଥିଲା, ନିଆଳି ବାସୀ ପରିବର୍ତ୍ତନ କରିଛନ୍ତି। ଲୋକେ ମୋ ଉପରେ ଏବଂ ଭାରତୀ ଜନତା ପାର୍ଟି ଉପରେ ଭରସା ଓ ଆଶା ରଖିଛନ୍ତି ନିଶ୍ଚିତ ଭାବରେ ଲୋକଙ୍କ ସମସ୍ୟା ପୂରଣ କରିବି । ବିଜୟୀ ପରେ ନିଆଳି ବାସୀ ବହୁତ ଉତ୍ସାହିତ ଅଛନ୍ତି, ଗତକାଲି ନିର୍ବାଚନରେ ବିଜୟୀ ହେବା ପରଠାରୁ ନିଆଳି ବାସୀ ଶାନ୍ତିରେ ଶୋଇଛନ୍ତି ଏବଂ ଯାହା ହୋଇଛି ଭଲ ହୋଇଛି ଏବଂ ନ୍ୟାୟ ମିଳିଛି ।

ନିଆଳି ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲି ବିଧାୟକ ଛବି ମଲ୍ଲିକ କହିଛନ୍ତି ସମୟ ଆସୁ ଯାହା ଦୁର୍ନୀତି ହୋଇଛି ସରକାର ପଦକ୍ଷେପ ନେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ସେହିପରି ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି ନୂତନ ବିଧାୟକ ନିଆଳିର ଅଁଳେ। ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ ସହ ଜଲ୍ଲାରପୁର ପଞ୍ଚାୟତ ବାସୀଙ୍କ ସହିତ ମିଶି ବିଜୟୀ ଉତ୍ସବ ପାଳନ କଲେ । ନିଆଳି ପରିବର୍ତ୍ତନ ସହିତ ଓଡ଼ିଶାରେ ବି ବିଜେପି ସରକାର ଆସିଛି। ଏଥିପାଇଁ ସବୁ ଜନସାଧାରଣଙ୍କୁ ବହୁତ ବହୁତ ସ୍ବାଗତ ଓ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ।

Exit mobile version