୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଦୈନନ୍ଦିନ ପରି ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ରଥ ନିର୍ମାଣ ଅଗ୍ରଗତି
ଗତ କାଲି ସୁଦ୍ଧା ତିନି ରଥର ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇ ରଥର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା
ଆଜି ସୁଦ୍ଧା ତିନିରଥର ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାରେରେ ତିନି ରଥର ପାଞ୍ଚ ଦଣ୍ଡା କାଠ ପଡ଼ିଲା
ଆଜି ର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥ ମୋଟ ୪୨ ଗୋଟି ଚକ ମଧ୍ୟରୁ ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଅଛି । ଏଥିସହ ରତିନିରଥ ଅନ୍ୟାନ୍ୟ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି, ତିନି ରଥର ନିର୍ମାଣ କାରୀ ସେବକ ମାନେ ସମାନ୍ତରାଳ ଭାବେ ନିର୍ମାଣ କାର୍ଯ୍ୟ ଆଗେଇ ନେଉଛନ୍ତି, ତିନି ରଥର ଓରା, ଓରାଖମ୍ବି, ଭୂଇଁ ଚଉତା ଆଦି ର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି,ଏଥିସହ ରଥ ଖଳାରେ ତିନି ରଥର ଦୁଇଟି ଲେଖାଏଁ ସାନ ଉଛୁଳ।
ଅଖ ର ଗୋଲେଇ କାର୍ଯ୍ୟ ଶେଷ ହୋଇ ବାକି ଅଖ ଗୁଡ଼ିକର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ମହାରଣା ସେବକ ମାନେ ଜାରୀ ରଖିଛନ୍ତି । ଏଥିସହ ତିନି ରଥର ଚକ ସଂଖ୍ୟକ ଯୋକା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି। ତିନି ରଥର ଦଣ୍ଡା ନିର୍ମାଣ ପାଇଁ ରଥ ଅମୀନ ଆଜି ତିନି ରଥ ଖଳାକୁ ୩ ଗୋଟି ଲେଖାଏଁ ୪୦ ଫୁଟିଆ ସାହାଜ କାଠ ଏବଂ ୨ ଟି ଲେଖାଏଁ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଛନ୍ତି, ଅନୁକୂଳ ପୂଜା ପରେ ତିନି ରଥର ଦଣ୍ଡା ଚଉପଟ କାର୍ଯ୍ୟ ଆରମ୍ଭ ହେବ ।
ତାଳଧ୍ଵଜ ରଥ ଚାଳି
ତାଳଧ୍ଵଜ ରଥର ୧୧ ନମ୍ୱର୍ ଚକର ଗୋଟିଏ ପଇ ବଦଳା ଯିବାକୁ ଥିବା ବେଳେ ୧୨ ନମ୍ବର ଚକର ତୁମ୍ବ ରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଅଛି । ତାଳଧ୍ଵଜ ରଥର ବାକି ଅଂଶ ଗୁଡ଼ିକ ର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।
*ତାଳଧ୍ଵଜ ରଥର ଆଗ,ପଛ ଏବଂ ଦୁଇ ପାର୍ଶ୍ଵ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ।
*ଆଠ ଗୋଟି ଭୂଇଁ ଖାମ୍ବୀ ର ଚଉପଟ ସହ ସାଲ କାର୍ଯ୍ୟ ଶେଷ ହୋଇଅଛି ।
*ତାଳଧ୍ଵଜ ରଥର ୧୬ ଗୋଟି ଯୋକା ମଧ୍ୟରୁ ଆଜି ସୁଦ୍ଧା ୭ ଗୋଟି ଯୋକାର ନିର୍ମାଣ ଶେଷ ହୋଇ ବାକି ବାକି ଯୋକା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରହିଛି ।
*ଆଜି ସୁଦ୍ଧା ତଳଧ୍ଵଜ ରଥର ଗୋଟିଏ ନାହାକା ଅଖ , ଦୁଇଟି ସାନ ଉଛୁଳ । ଅଖ ର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହେବାପରେ, ବାକି ତିନୋଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ ପାଇଁ ଚଉପଟ କାର୍ଯ୍ୟ ଜାରୀ ରହିଛି ।
*ଚରି ଗୋଟି ଓରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି ।
ଦର୍ପଦଳନ ରଥ ଚାଳି
ଦର୍ପ ଦଳନ ରଥର ଆଜି ସୁଦ୍ଧା ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇ ୧୧ନମ୍ୱର୍, ଚକ ତୁମ୍ବ ରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ଅଛି। ଦର୍ପଦଳନ ରଥର ବାକି ଅଂଶ ଗୁଡ଼ିକ ମଧ୍ୟରୁ…
