ନୟାଗଡ, ଦଶପଲ୍ଲା : ଗଡ ରକ୍ଷାକଲେ – ରମେଶ ଓ ଅରୁଣ

ଭୁଷୁଡିଲା ବିଜେଡି ଗଡ….

ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଭୋଟଦାତା ବିଜେଡ଼ି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କୁ ୬୨୦୫୯ ଖଣ୍ଡ ଭୋଟ୍ ଦେଇଥିବା ବେଳେ ବିଜେପିର ରାଘବ ମଲ୍ଲିକଙ୍କୁ ଭୋଟ ମିଳିଛି ୫୫୭୪୩ ଖଣ୍ଡ ।

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଡଃ. ଅରୁଣ କୁମାର ସାହୁ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ଠାରୁ ମାତ୍ର ୯୬ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ।

ବିଜେପି ପ୍ରାର୍ଥୀନୀ ସୁରମା ପାଢ଼ୀ ଙ୍କୁ ରଣପୁର ନିର୍ବାଚନ ମଣ୍ଡଳୀର ଭୋଟର୍‌ ୮୧୪୩୯ ଖଣ୍ଡ ଭୋଟ୍ ଦେଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ( ବାଦଲ୍)ଙ୍କୁ ଦେଇଛନ୍ତି ୬୫୮୯୫ ଖଣ୍ଡ ଭୋଟ୍ .

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କ ଠାରୁ ୭୩୪୩ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ଲାଭ କରିଛନ୍ତି |

ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ : ->  ଭୂଷୁଡି ପଡିଛି ବି ଜେ ଡି ଗଡ । ୨୦୧୯ ସାଧାରଣ ନିର୍ବାଚନରେ ନୟାଗଡ଼ ଜିଲ୍ଲାର ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା: ନୟାଗଡ, ଦଶପଲ୍ଲା, ଖଣ୍ଡପଡା ଓ ରଣପୁର ବିଧାନସଭା ବିଜେଡ଼ି ଅକ୍ତିଆର କରିଥିଲା । ସମଗ୍ର ନୟାଗଡ଼କୁ ବିଜେଡିର ଅଭେଦ୍ୟ ଗଡ଼ କୁହାଯାଉଥ‌ିବା ବେଳେ ଚଳିତ ନିର୍ବାଚନରେ ଭୋଟର୍ ପରିବର୍ତ୍ତନ ମୁହାଁ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ମଧ୍ୟ ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ଖବର ମିଳିଛି ।

ଦୁଇଟି ବିଧାନସଭା ଦଶପଲ୍ଲା (୧୨୧) ଓ ନୟାଗଡ଼ (୧୨୨) ବିଜେଡ଼ି ଖାତାକୁ ଯାଇଥିବାବେଳେ ରଣପୁର( ୧୧୯) ଓ ଖଣ୍ଡପଡ଼ା ( ୧୨୦) ବିଜେପି ଅକ୍ତିଆର କରିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଡଃ. ଅରୁଣ କୁମାର ସାହୁ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ଠାରୁ ମାତ୍ର ୯୬ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ନୟାଗଡ଼ ଭୋଟର୍ ବିଜେଡ଼ି ପ୍ରାର୍ଥୀ ଡଃ.ଅରୁଣ ସାହୁଙ୍କୁ ୮୧୪୭୦ଖଣ୍ଡ ଭୋଟ୍ ଦେଇଥ‌ିବାବେଳେ ବିଜେପିର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଦେଇଛନ୍ତି ୮୧୦୭୪ ଖଣ୍ଡ ଭୋଟ୍ ।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଭୋଟଦାତା ବିଜେଡ଼ି ପ୍ରାର୍ଥୀ ରେମେଶ ଚନ୍ଦ୍ର ବେହେରାଙ୍କୁ ୬୨୦୫୯ ଖଣ୍ଡ ଭୋଟ୍ ଦେଇଥିବା ବେଳେ ବିଜେପିର ରାଘବ ମଲ୍ଲିକଙ୍କୁ ଭୋଟ ମିଳିଛି ୫୫୭୪୩ ଖଣ୍ଡ । ଅର୍ଥାତ୍ ରମେଶ ବେହେରା ରାଘବ ମଲ୍ଲିକଙ୍କ ଠାରୁ ୬୨୯୬ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ଲାଭ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀନୀ ସୁରମା ପାଢ଼ୀ ଙ୍କୁ ରଣପୁର ନିର୍ବାଚନ ମଣ୍ଡଳୀର ଭୋଟର୍‌ ୮୧୪୩୯ ଖଣ୍ଡ ଭୋଟ୍ ଦେଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ( ବାଦଲ୍)ଙ୍କୁ ଦେଇଛନ୍ତି ୬୫୮୯୫ ଖଣ୍ଡ ଭୋଟ୍ . 

ଶ୍ରୀମତୀ ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ଠାରୁ ୧୫୫୪୪ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କ ଠାରୁ ୭୩୪୩ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ଲାଭ କରିଛନ୍ତି | ୭୫୫୫୭ ଖଣ୍ଡ ଭୋଟ୍ ଦୁଷ୍ମନ୍ତଙ୍କ ଖାତାକୁ ଯାଇଥିବାବେଳେ ସାବିତ୍ରୀଙ୍କ ଖାତାକୁ ଯାଉଛି ୬୮୨୧୪ ଖଣ୍ଡ ଭୋଟ୍ । ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀର ଅନ୍ୟ ପ୍ରାର୍ଥୀମାନେ ଅମାନତ ହରାଇଥିବା ଖବର ମିଳିଛି ।

Exit mobile version