ଆକ୍ସନ୍ ମୋଡ଼୍ ରେ ଦଶପଲ୍ଲା ଥାନାଧିକାରୀ

 ୪ ମଦ୍ୟପ ଗାଡିଚାଳକକୁଂ କୋର୍ଟ ଚାଲାଣ

୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ୨ ତାରିଖ ସନ୍ଧ୍ୟାରେ ଦଶପଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ଯାନବାହନ ଯାଞ୍ଚ କରିବା ସହ ୪ଜଣ ମଦ୍ୟପ ଗାଡ଼ିଚାଳକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ମୁକେଶ କୁମାର ବେହେରା କହିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ଗାଡ଼ି ଜବତ କରାଯାଇଛି ।

ଗିରଫ ବ୍ୟକ୍ତିମାନେ ହେଲେ ଦଶପଲ୍ଲା ଥାନା ସୁବଳୟା ଗ୍ରାମର ଅଖିଳ କୁମାର ଦାଶ(୩୮), ଟାକରା ଗୋପାଳପୁର ଗ୍ରାମର ମନୋଜ କୁମାର ନାୟକ(୨୩), ଦ୍ଵାରଗାଁ ଗ୍ରାମର ରବୀନ୍ଦ୍ର କୁମାର ଗୁରୁ(୩୫) ଓ ଇଟାମାଟି ଥାନା ଅନ୍ତର୍ଗତ ନାଟୁଗାଁର ବଳରାମ ସାହୁ(୨୮)। ସେମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।

Exit mobile version