ଖୋଳା ଆକାଶ ତଳେ ମଟରସାଇକେଲ ପାର୍କିଂ,ଟାଣ ଖରା ମଧ୍ୟରେ ଖରାପ ହେଉଛି ମଟରସାଇକେଲ

୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :->  ନିର୍ବାଚନର ଠିକ୍ ଏକ ମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ରେଳ ବିଭାଗ ପକ୍ଷରୁ କେସିଙ୍ଗା ରେଳ ଷ୍ଟେସନ ପରିସରରେ ବଡ଼ ବଡ଼ ସରକାରୀ କାର୍ଯ୍ୟକ୍ରମ କରି ଲୋକମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡକାଇ କେସିଙ୍ଗା ରେଳ ଷ୍ଟେସନରେ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଡିଣ୍ଡିମ ପିଟୁଥିବା ରେଳ ବିଭାଗ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନରେ ମଟର ସାଇକଲ ପାର୍କିଂ ପାଇଁ ଗୋଟିଏ ସାଧାରଣ ସେଡ୍ ନିର୍ମାଣ କରିପାରୁନାହିଁ।ବର୍ଷ ସାରା ଖରା ବର୍ଷା ଶୀତର ଖୋଲା ଆକାଶ ତଳେ ମଟର ସାଇକଲ ପାର୍କିଂ ହେଉଛି । କେସିଙ୍ଗା ରେଳ ଷ୍ଟେସନରେ ଗାଡି ମଟର ବହୁ ପରିମାଣରେ ରହିଥାଏ ।

ଠିକା ସଂସ୍ଥା କୁ ଲିଜ ଦେଇ ନିଜର କର୍ତ୍ତବ୍ୟ ସାରିଦେଇଛି ରେଳ ବିଭାଗ। ଗାଡ଼ି ମଟର ଦିନ ରାତି ଜଗି ରହୁଥିବା ଠିକା ସଂସ୍ଥାର କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଛାଉଣୀ ଟିକେ ନାହିଁ ରାତି ସମୟରେ ତ ଚଳି ଯାଉଛି କିନ୍ତୁ ଆଜି କାଲିର ୪୬ ଡିଗ୍ରୀ ଖରାରେ ପାଖରେ ଥିବା ଗଛ ହିଁ ସାହା ଭରସା ସାଜିଛି।ଚଳିତ ବର୍ଷର ୪୬ ଡିଗ୍ରୀ ଖରାରେ ଖୋଲା ଆକାଶ ତଳେ ମଟର ସାଇକଲ ରହି କାହାର ପେଟ୍ରୋଲ ଉଡ଼ିଯାଉଛି ତ କାହାର ଗାଡ଼ିର ରଙ୍ଗ ଉଡ଼ିଯାଉଥିବା ଅଭିଯୋଗ ହେଉଛି।ଅତି ଶୀଘ୍ର ରେଳ ଷ୍ଟେସନରେ ମଟର ସାଇକଲ ପାର୍କିଂ ପାଇ ସେଡ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Exit mobile version