ଆରକ୍ଷୀ ଅଧିକ୍ଷକଙ୍କ ଅଚାନକ ଦଶପଲ୍ଲା ଗସ୍ତ

୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ୍ ଆଜି ଅଚାନକ ଆସି ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ସାତ ପାଟଣାର ଅର୍ଘାତିଆ ପାଟଣା ଗ୍ରାମରେ ପହଞ୍ଚି ଗୋଟିଏ ଅଣ ଆନୁଷ୍ଠାନିକ ସଭାରେ ନିଜର ବକ୍ତବ୍ୟ ରଖିଥିଲେ। ଗତ ୩୧ତାରିଖ ଶୁକ୍ରବାର ଦିନ ନୟାଗଡ ଠାରେ ହୋଇଥିବା ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ସଭାରେ ସଭାପତି ପ୍ରାଣକୃଷ୍ଣ ବେହେରା ଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେ ଆସି ପହଞ୍ଚି ଥିବା କହିଥିଲେ ।

ଏଥି ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରତି ଥାନାରେ ଗୋଟିଏ ଲେଖାଏଁ ହେଲ୍ପ ଡେସ୍କ ଖୁବ ଶିଘ୍ର ଖୋଲିବା ପାଇଁ ସ୍ଥାନୀୟ ଆଇଆଇସି ମୁକେଶ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।ତତ୍ ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ହେଲ୍ ଥ କ୍ୟାମ୍ପ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ । ନିର୍ବାଚନ ଭୋଟ ଗଣତିର ପରବର୍ତ୍ତୀ ଅବସ୍ଥା ରେ ଯେପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ସେଥିଲାଗି ସମସ୍ତଙ୍କୁ ନିବେଦନ କରିଥିଲେ ।

ଆଜି ଅଧିକାଂଶ ଯୁବଗୋଷ୍ଠୀ ନିଶାଦ୍ରବ୍ୟ ବ୍ୟବହାର କରି ଗାଡି ଚଲାଇବା ଫଳରେ ବହୁ ଧନ ଜୀବନ କ୍ଷତି ହେଉଥିବାରୁ ନିଶାଗ୍ରସ୍ତ ହୋଇ ଗାଡି ନ ଚଲାଇବାକୁ ଅନୁରୋଧ କରିଥିଲେ। ଶେଷରେ ବରିଷ୍ଠ ନାଗରିକ ଡ଼ା. ପ୍ରଫୁଲ୍ଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଧାରଣ ଲୋକଙ୍କ ସହ ଭାବ ବିନିମୟ କରିବାସହ ଜଗନ୍ନାଥଙ୍କ ଦର୍ଶନ କରି ଫେରିଥିଲେ।ତେବେ ଜଣେ ଏସ୍ ପି ଗାଁ କୁ ଆସି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବା ସମସ୍ତଙ୍କୁ ପୋଲିସ ପ୍ରତି ଆସ୍ଥା ଭାଜନ କରିଥିଲା ।

Exit mobile version