ଅପରିଚିତ ଙ୍କ ଠିକଣା ପାଇଁ ସହଯୋଗ ଜରୁରୀ

୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣା ରେ ଆହତ ହୋଇ କଟକ ବଡ ଡାକ୍ତରଖାନା ବା ଏସସିବି ରେ ଚିକିତ୍ସାଧିନ ଜନୈକ ବ୍ୟକ୍ତି ଙ୍କ ର ମୃତ୍ୟୁ ଘଟିଛି । ବ୍ୟକ୍ତି ଙ୍କ ନାମ ଦିବ୍ୟ ରଞ୍ଜନ ସାହୁ, ପିତାଙ୍କ ନାମ ଦୁଷ୍ମନ୍ତ ସାହୁ ଏବଂ ଠିକଣା ପୁରୀ ବୋଲି ଡାକ୍ତରଖାନାରେ ଉଲ୍ଲେଖ କରାଯାଇଛି ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦିବ୍ୟ ରଞ୍ଜନ ଙ୍କ ପ୍ରକୃତ ଠିକଣା ମିଳିପାରୁ ନାହିଁ।ଏ ସମ୍ପର୍କରେ ବିଭିନ୍ନ ଥାନା ପକ୍ଷରୁ ମଧ୍ୟ ଠିକଣା ତଲାସ ପାଇଁ ଉଦ୍ୟମ କରାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣା ରେ ସହଯୋଗ ପୂର୍ବକ କୌଣସି ବ୍ୟକ୍ତି ଦିବ୍ୟ ରଞ୍ଜନ ଙ୍କ ଫଟୋ ଦେଖି ଯଦି ଚିହ୍ନଟ କରିପାରନ୍ତି ତେବେ ପୁରୀ ଜିଲ୍ଲା ଜରୁରୀ ବିଭାଗ କିମ୍ବା ତହସିଲଦାର ପୁରୀ ଙ୍କୁ ଅବଗତ କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।

Exit mobile version