ନଡ଼ିଆ ଗଛ ପଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ – ନିମାପଡ଼ା

ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :->  ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ରଟିଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନଡ଼ିଆ ଗଛ ପଡି ଦୁଇ ଜଣ ଯୁବକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥା ରେ ନିମାପଡ଼ା ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୂଚନା ମୁତାବକ,ରଟିଲୋ ଗ୍ରାମର ତ୍ରିଲୋଚନ ବିଶ୍ବାଳ ଓ ମିଥୁନ ପ୍ରଧାନ ଙ୍କ ସହିତ ବିଶ୍ବରଂଜନ ଆଚାର୍ଯ୍ୟ ଗୋଟିଏ ସ୍କୁଟିରେ କାନପୁର ସ୍ଥିତ କୁଣିଆ ଘରକୁ ଯାଇ ଫେରୁଥିବା ବେଳେ ଶଗଡା ଅଞ୍ଚଳରେ ଏକ ନଡ଼ିଆ ଗଛ ଟି ନଇଁ ରହିଥିବାବେଳେ

ସାମାନ୍ୟ ପବନ ହେବା କାରଣରୁ ଗଛଟି ଭାଙ୍ଗି ପଡ଼ିବା ସମୟରେ ସେହି ସମୟରେ ଏହି ତିନି ଯୁବକ ସହି ରାସ୍ତା ରେ ଯିବାସମୟରେ ଗଛଟି ଏମାନଙ୍କ ଉପରେ ପଡ଼ି ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁବରଣ କରିଥିବା ରଟିଲୋ ଗ୍ରାମର ତ୍ରିଲୋଚନ ବିଶ୍ବାଳ ଓ ମିଥୁନ ପ୍ରଧାନ ବୋଲି ସୂଚନା ମିଳିଥିବାବେଳେ

ଅନ୍ୟଜଣେ ଗୁରୁତର ଆହାତ ହୋଇଥିବା ବିଶ୍ବରଂଜନ ଆଚାର୍ଯ୍ୟ ବୋଲି ଖବର ମିଳିଛି । ବିଶ୍ବରଂଜନ ଙ୍କୁ ସଙ୍ଗେ ଗୁରୁତର ଅବସ୍ଥା ରେ ସଙ୍ଗେ ନିମାପଡ଼ା ମେଡିକାଲ୍ କୁ ଚିକିତ୍ସା ପାଇଁ ପଠାଯାଇଛି।ଏଭଳି ଦୈବୀ ଦୁର୍ବିପାକ ଜନିତ କାରଣରୁ ଦୁଇଟି ମୂଲ୍ୟବାନ ଜୀବନ ଯାଇଥିବାରୁ ସେ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Exit mobile version