ରାତି ଅଧିଆ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କଲେ ବୁଡି ଅଂଚଳବାସୀ

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଆର,ଉଦୟଗିରି ବ୍ଲକର ଛେଳିଗଡ ବୁଢୀ ଅଞ୍ଚଳର ସଂଗ୍ରାମ ସମିତି ତରଫରୁ ଛେଳିଗଡ ହାଟପଦା ଠାରେ ୧୫ ଦଫା ଦାବି ନେଇଁ (N H — A326 ) ରାସ୍ତା ଅବରୋଧ କରାଯାଇ ଥିଲା । ଜିଲ୍ଲା ପ୍ରଶାସନ ଆସି ପ୍ରତିଶୃତି ଦେଇଥିଲେ ଯେ ଯେଉଁ ପର୍ଯ୍ୟନ୍ତ ୧୫ ଦଫା ଦାବିର ଆଲୋଚନା ହୋଇନାହିଁ ସେହି ପର୍ଯ୍ୟନ୍ତ ଛେଳିଗଡ ଜଳ ପ୍ରକଳ୍ପର ସମସ୍ତ କାର୍ଯ୍ୟ ବନ୍ଦ ରହିବ ।

କିନ୍ତୁ ଏହା ସତ୍ବେ ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତୀ ପରେ ମଧ୍ୟ ଛେଳିଗଡ ଜଳ ପ୍ରକଳ୍ପର ଟନେଲ (H.R) ଗେଟର କାର୍ଯ୍ୟ ଚାଲୁ ରହିଥିବା ଏହାକୁ ବୁଢୀ ଅଞ୍ଚଳବାସୀ ଜାଣିବା ପରେ ଅଦ୍ୟତା ୩୦. ୫. ୨୦୨୪ ରିଖ ବା ଗୁରୁବାର ଦିନ ଛେଳିଗଡ ବୁଢୀ ଅଞ୍ଚଳବାସୀ ସଂଗ୍ରାମ ସମିତି ପ୍ରକଳ୍ପ ଅଫିସ୍ କୁ ଘେରାଉ କରିଥିଲେ ।

ଏବଂ ତା- 22-4-2024ରିଖ ପରଠାରୁ ଟନେଲ (H R) ଗେଟର ଯାହାବି କାର୍ଯ୍ୟ ହୋଇଛି ତାହା ଭାଙ୍ଗିବା ପାଇଁ ଅଡିବସିଥିଲେ । ଏଣୁ ବୁଢି ଅଞ୍ଚଳବାସିଙ୍କ ନିଷ୍ପତ୍ତି ପ୍ରକାରେ ଅଧିକ୍ଷଣ ଯନ୍ତୀ ଏବଂ ଭୂ ଅର୍ଜନ ଅଧିକାରୀ ଟନେଲ ଲାଗିଥିବା (H R) ଗେଟ ଏବଂ ଗେଟ ଉପରେ ଲାଗିଥିବା ରୋଲରକୁ ତା- 2-6-2024 ରାତିସୁଧା ବାହାର ଲିଖିତ ପ୍ରତିଶୃତି ଅନୁଯାଇ କାର୍ଯ୍ୟ ଗୁଡିକ ସମୟ ଆର୍ଯ୍ୟ ଅନୁସାରେ ନ କରାଗଲେ ଆମ୍ଭେ ଉଭୟ ଅଧିକ୍ଷଣ ଯନ୍ତୀ ଏବଂ ଭୂ ଅର୍ଜନ ଅଧିକାରୀ ଦାୟୀ ରହିବ ବୋଲି ଲିଖିତ ଭାବେ ଦେଇଥିଲେ ।  

Exit mobile version