ଘରକୁ ଲାଗି ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗି  :->  ସକାଳ ସମୟରେ ଆର. ଉଦୟଗିରି ବ୍ଲକ ରଣ୍ଡିବା ଗ୍ରାମପଞ୍ଚାୟତ ସ୍ଥିତ ଡମ୍ବା ଗ୍ରାମର ସ୍ବର୍ଗତ ଲିଙ୍ଗରାଜ ନାୟକଙ୍କ ପୁଅ କିଶୋର ନାୟକ ବୟସ ୨୨ବର୍ଷ ତାଙ୍କ ନବ ନିର୍ମିତ ଗୃହରେ ପାଣି ପକାଉଥିବା ସମୟରେ ଘରକୁ ଲାଗି ଗ୍ରାମକୁ ବିଦ୍ୟୁତ ସଂଯୋଗ ପାଇଁ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଭାବରେ ଆହତ ହୋଇଥିଲେ l ବିଦ୍ୟୁତ ଝଟକା ବାଜିବା କ୍ଷଣି ଘର କାନ୍ଥ ବାଜି ଛିଟିକି ତଳେ ପଡିଯାଇଥିଲେ l ପରିବାର ଲୋକ ଦେଖିବା ବେଳେ ତାଙ୍କ ଶରୀରର ମୁହଁ ଭାଗ ପୋଡି ମୁହଁରେ ଗଭୀର ଆହତ ହୋଇଥିବା ଦେଖି ଚିକିତ୍ସା ନିମନ୍ତେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସିଥିଲେ l

ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକା ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l ପରିବାର ଲୋକଙ୍କ କହିବାନୁସାରେ ଘର କାମ ଆରମ୍ଭରୁ ବିଦ୍ୟୁତ ବିଭାଗକୁ ବାରମ୍ବାର ତାର ଘୁଞ୍ଚେଇବା ପାଇଁ ବ୍ୟକ୍ତିଗତ ଭାବେ ଏବଂ ଏସ ଡି ଓ ଙ୍କୁ ଲିଖିତ ଅଭିଯୋଗ କରାଯିବା ସତ୍ୱେ ବିଦ୍ୟୁତ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଗଲା ନାହିଁ ଯାହା ଫଳରେ ଆଜି କିଶୋର ନାୟକ ସେହି ତାର ସଂସ୍ପର୍ଶରେ ଆସିଯିବାରୁ ଆଜି ସେ ଗୁରୁତର ଅବସ୍ଥାରେ l ବିଦ୍ୟୁତ ବିଭାଗର କାର୍ଯ୍ୟରେ ଅବହେଳା ଯୋଗୁଁ କେବଳ ବିଦ୍ୟୁତ ବିଭାଗ ହିଁ ଦାୟୀ ଆହତଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଡମ୍ବା ଗ୍ରାମବାସୀ କ୍ଷତିପୂରଣ ଦାବୀ କରିଛନ୍ତି l ଗୁରୁତର ଥିବାରୁ ପାରଳାଖେମୁଣ୍ଡି ରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ରେଫର କରାଗଲା ।

Exit mobile version