କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ ଉତ୍ସବରେ ସାମିଲ ହେଲେ ମନ୍ତ୍ରୀ ରଘୁନନ୍ଦନ ଦାସ – ଭୁବନେଶ୍ୱର,

ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- କୋଭିଡ୍‌ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା, ନିଷ୍ଠା, ଅହର୍ନିଶି ସେବା ତଥା ସର୍ବୋଚ୍ଚ ତ୍ୟାଗକୁ ପୁନଃଅବିସ୍ମରଣୀୟ ତଥା ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସନ୍ଧ୍ୟା ୬ଟା ସମୟରେ ଜଗତସିଂହ ପୁର ଜିଲ୍ଲା ଓସଓ୍ୱାନ ଭିଡିଓ କନ୍‌ଫେରେନ୍ସିଂ ରୁମ୍‌ ତଥା – ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ୧ ମିନିଟ୍‌ ନୀରବ ପ୍ରାର୍ଥନା ତଥା ଶ ପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓସ୍‌ଓ୍ୱାନ୍‌ ଭିଡିଓ କନ୍‌ଫରେନ୍ସିଂ କକ୍ଷରେ ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଜଗତସିଂହ ପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ଉ ପସ୍ଥିତ ରହି ୧ ମିନିଟ୍‌ ନୀରବ ପ୍ରାର୍ଥନା ଓ ଶପଥ ପାଠ କରିଥିଲେ ।

ସେହିପରି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ତଥା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ନୀରବ ପ୍ରାର୍ଥନା ଓ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲାପାଳଙ୍କ ଓ.ଏସ୍‌.ଡି ଡା.ଶଶାଙ୍କ ଶେଖର ଲେଙ୍କା, ଜିଲ୍ଲା ସୂଚନା ପ୍ରଯୁକ୍ତି ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ବେହେରା, ଜିଲ୍ଲା ଇ-ଗଭର୍ଣ୍ଣାସ୍‌ ମ୍ୟାନେଜର୍‌ ଶ୍ରୀ ଅରବିନ୍ଦ ଆଚାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ କୋଭିଡ୍‌ ପରିଚାଳନା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସ୍କଚ୍‌ ଆଓ୍ୱାର୍ଡରେ ରୌପ୍ୟ ପଦକ ହାସଲ କରିଥିବାରୁ ଜଳସମ୍ପଦ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଓ ଜଗତସିଂହ ପୁରର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସମ୍ମାନୀତ କରିଥିଲେ ।

Exit mobile version