ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା ଆୟୋଜିତ “ଗ୍ରୀଷ୍ମ କାଳୀନ ଶିବିର” ଉଜ୍ଜାପିତ ।

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ  :->  ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା ଆୟୋଜିତ “ଗ୍ରୀଷ୍ମ କାଳୀନ ଶିବିର” ଉଜ୍ଜାପିତ ହୋଇଯାଇଛି । ଏହି ଗ୍ରୀଷ୍ମ କାଳୀନ ଶିବିର, ୨୧.୫.୨୦୨୪ ରେ ଆରମ୍ଭ ହୋଇଥିଲା। ପିଲାମାନଙ୍କର ଶାରୀରିକ, ମାନସିକ ଏବଂ ନୈତିକ ଦକ୍ଷତାକୁ ବଢେଇବା ଉଦ୍ଧେଶ୍ୟରେ ଏହି ଶିବିରର ଆୟୋଜନ କରଯାଇଥିଲା।

ସମୁଦାୟ ୮୦, ରେଳ କର୍ମଚାରୀ ଏବଂ ଅଣ-ରେଳ କର୍ମଚାରୀଙ୍କ ପିଲାମାନେ ଅଂଶଗ୍ରହଣ କରିଥିଲ। ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ ଯଥା ବାସ୍କେଟବଲ୍, ଲନ୍ ଟେନିସ୍, ଭଲି ବଲ୍, ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍, ପହଁରିବା, “ତାଇକଣ୍ଡୋ” ମାର୍ଶଲ ଆର୍ଟ ଏବଂ ଯୋଗ ଇତ୍ୟାଦି ପାଞ୍ଚ ବର୍ଷରୁ ଉର୍ଦ୍ଧ ବୟସର ପିଲାମାନଙ୍କ ପାଇଁ ଆୟୋଜନ କରଯାଇଥିଲା ।

ଗ୍ରୀଷ୍ମ କାଳୀନ ଶିବିର ସମାପ୍ତ ସମାରୋହରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା ବିଭିନ୍ନ ପ୍ରତିଯୋଗିତାରେ ଜିତିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଶିବିର ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିଲା । କ୍ରୀଡ଼ା ସଚିବ ଏମ. ଡି.ଜାକିରୁଦ୍ଦିନ ଏବଂ ତାଙ୍କ ଟିମ୍ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକ ସଂଯୋଜନା କରିଥିଲ।

Exit mobile version