ଭୋଟ୍ ଦେଲେ ନିମାପଡ଼ା ର ଦୁଇ ବିଧାୟକ ପ୍ରାର୍ଥୀ

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା  :-> ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ।୬ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ତେବେ ୧୦୬ ନିର୍ବାଚନ ମଣ୍ଡଳୀ ନିମାପଡ଼ା ରେ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ନାୟକ ନିଜ ନିଜର ଭୋଟ୍ ଦେଇ ସମସ୍ତ ଭୋଟର୍ ମାନଙ୍କୁ ନିଜର ସାମାଜିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ନିମାପଡ଼ା ତେରୁଣ୍ଡିଆ ୨୨୬ ନଂ ବୁଥ୍ ରେ ପ୍ରଭାତୀ ପରିଡ଼ା ନିଜର ମତଦାନ କରିଛନ୍ତି।ସେ ଧାଡ଼ିରେ ରହି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ।

ସେହିପରି ବିଜେଡି ପ୍ରାର୍ଥୀ ଦିଲ୍ଲିପ ନାୟକ ତମ୍ପାଳ ପାଲେଶ୍ରୀ ବିଦ୍ୟାଳୟ ୨୫୧ ନଂ ବୁଥ୍ ରେ ଭୋଟ୍ ଦେଇଛନ୍ତି। ପୁରୀ ଜିଲ୍ଲା ରେ ଦ୍ଵିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ,୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୬ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ ଘଟିକା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲିବ ମତଦାନ। ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨ ଲକ୍ଷ ୪୭ ହଜାର ୫୫୩ ଜଣ ଭୋଟର୍ ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ।

ନିମାପଡ଼ା ନିର୍ବାଚନ ମଣ୍ଡଳୀର ୨୮୦ ବୁଥ୍ ରେ ୧୨୬୭୧୨ ଜଣ ପୁରୁଷ ୧୨୦୮୭୨ ମହିଳା ଓ ୮ ଜଣ ଅନ୍ୟାନ୍ୟ ଭୋଟର୍ ମତଦାନ କରିଛନ୍ତି। ବିଭିନ୍ନ ବୁଥ୍ ରେ ଯୁବ ଭୋଟର୍ ଙ୍କ ନିଜ ନିଜର ମନ ପସନ୍ଦର ପ୍ରାର୍ଥୀ ଙ୍କୁ ଭୋଟ୍ ଦେବାପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷ କରି ନୂତନ ବା ଯୁବ ଭୋଟର୍ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଯୁବ ଭୋଟର୍ ନିଜର ମତଦାନ କରିବା ସହିତ ସେଲ୍ଫି ନେବାପାଇଁ ମଧ୍ୟ ସେଲ୍ଫି ପଏଣ୍ଟ୍ କରାଯାଇଛି ।

ସେହିପରି ବୟସ୍କ ଓ ମହିଳା ଏବଂ ଦିବ୍ୟାଙ୍ଗ ଭୋଟର୍,ଭୋଟ୍ ଦେବାପାଇଁ ସକାଳୁ ଲମ୍ବା ଧାଡି ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।ସେପଟେ ନିମାପଡ଼ା ର ୨୮୦ ଟି ବୁଥ୍ ପାଇଁ ବ୍ୟାପକ ପୋଲିସ୍ ମୃତୟନ ର ବ୍ୟବସ୍ଥା କରାଯାଇଥିବାବେଳେ, ନିମାପଡ଼ା ନିର୍ବାଚନ ପରିଚାଳନା ପାଇଁ ଜଣେ ଅତିରିକ୍ତ ଏସପି ୩ ଜଣ, ଡିଏସପି ଙ୍କ ସମେତ ପୋଲିସ୍ ଅଧିକାରୀ କନେଷ୍ଟବଳ ହୋମଗାର୍ଡ ନିର୍ବାଚନ ପରିଚାଳନା କରିବା ସହିତ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ପୁରୀ ଅତିରିକ୍ତ ଆରକ୍ଷୀ ଅଧିକାରୀ ବିଷ୍ଣୁଚରଣ ପତି କହିଛନ୍ତି ।

Exit mobile version