ବାଗଧରାପୁର ଗ୍ରାମ୍ୟ କମିଟି ସଭାପତି ହୃଷିକେଶଙ୍କ ସ୍ମୃତି ସଭା

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଆମଣ ପଞ୍ଚାୟତ ବାଗଧରାପୁର ଗ୍ରାମ୍ୟ କମିଟିର ସଭାପତି ତଥା ଶ୍ରୀ ଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ଯାଦବ ସଂଘର ଉପଦେଷ୍ଟା ହୃଷିକେଶ ବେହେରାଙ୍କ ଏକାଦଶାହ ଉପଲକ୍ଷେ ଶନିବାର ସନ୍ଧ୍ୟାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସଭାରେ ଶିକ୍ଷକ ତଥା ଯାଦବ ସଂଘର ସହ ସଂପାଦକ ବଂଶୀଧର ବେହେରା ସଭାପତିତ୍ୱ କରିଥିଲେ । ଏହି ସ୍ମୃତି ସଭାରେ ଶ୍ରୀଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ଯାଦବ ସଂଘର ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ସଭାପତି ଜଳନ୍ଧର ବେହେରା, ସଂପାଦକ ଧୃବ ଚରଣ ବେହେରା,

ବାଲିଅନ୍ତା ପଞ୍ଚାୟତର ସରପଞ୍ଚ ତଥା ଉପ ସଭାପତି କୃଷ୍ଣ କେଶବ ଆପାଟ , ସଦଶିବ ବେହେରା, ପ୍ରଶାନ୍ତକୁମାର ବେହେରା, ନିରଞ୍ଜନ ବେହେରା, ସୁରେଶଚନ୍ଦ୍ର ବେହେରା, ପ୍ରଦିପ ବେହେରା, ଆମଣ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ, ବିପ୍ରଚରଣ ଭୋଳ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ରାମ ଗୋପାଳ ,

ଜିତୁ ବେହେରା , ପ୍ରମୁଖ ଯୋଗଦେଇ ହୃଷିକେଶଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ତାଙ୍କର ସ୍ମୃତି ଚାରଣ କରି କହିଲେ ଯେ, ସେ ଦୀର୍ଘ ଦିନଧରି ବାଗଧରାପୁର ଗ୍ରାମ୍ୟ କମିଟିର ସଭାପତି ରହିବା ସହିତ ରାଧାକୃଷ୍ଣ ମନ୍ଦିରର ଉନ୍ନତି ପାଇଁ ସଦାସର୍ବଦା କାର୍ଯ୍ୟ କରିଆସୁଥିଲେ । ଗ୍ରାମର ଯୁବକ ମାନଙ୍କୁ ଏକତ୍ରିତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିଥିଲେ ।

ତାଙ୍କର ନିତି ଆଦର୍ଶରେ ଗ୍ରାମର ଯୁବକ ମାନେ କାର୍ଯ୍ୟକଲେ ହୃଷିକେଶଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ ସ୍ମୃତିଚାରଣ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିବା ସହିତ , ହୃଷିକେଶଙ୍କ ଉଦ୍ଦେଶ୍ୟରେ ରଚିତ ଏକ ସ୍ମାରକ ପତ୍ରକୁ ତାଙ୍କ ଜ୍ୟେଷ୍ଠ ପୁତ୍ର ଚିତ୍ତ ରଞ୍ଜନ ବେହେରାଙ୍କୁ ଅତିଥିମାନେ ପ୍ରଦାନ କରିଥିଲେ ।

ଆୟୋଜିତ ସ୍ମତି ସଭାରେ ବାଗଧରାପୁର ଗ୍ରାମବାସୀଙ୍କ ସମେତ ସଭାରେ ଆଖପାଖ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହୃଷିକେଶଙ୍କ ପରିବାର ବନ୍ଧୁବର୍ଗ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Exit mobile version