କିଶୋର ଦ୍ବିବେଦୀ ଭୋଟ ଦେବାରୁ ବଂଚିତ

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ବିଶିଷ୍ଟ ସାମ୍ବାଦିକ ଓ ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କ ନାମ ଭୋଟର ତାଲିକାରୁ ଗାଏବ ହୋଇ ଯାଇଥିବାର ଖବର ମିଳିଛି I ଭୋଟର ପରିଚୟ ପତ୍ର ଥାଇ ମଧ୍ୟ ସେ ଭୋଟଦାନ କରିବାରୁ ଆଜି ବଂଚିତ ହୋଇଛନ୍ତି I

ଶ୍ରୀ ଦ୍ବିବେଦୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଗ୍ରାମ ପଂଚାୟତର ଭୋଟର I ସେ ଦିଲ୍ଲୀରେ ରହୁଥିଲେ ସୁଦ୍ଧା ୨୦୧୪ ଓ ୨୦୧୯ ର ସାଧାରଣ ନିର୍ବାଚନ ସମୟରେ ଗାଁ ରେ ଆସି ଭୋଟ ଦେଇଥିଲେ I

ଭୋଟର ତାଲିକାରୁ ଶ୍ରୀ ଦ୍ବିବେଦୀଙ୍କ ନାମ କଟିଥିବା ବେଳେ ତାଙ୍କର ୨୦ ବର୍ଷୀୟ ପୁଅ ନନ୍ଦନ ଦ୍ବିବେଦୀଙ୍କର ନାମ ପ୍ରଥମ ଥରର ମତଦାତା ଭାବେ ନିର୍ବାଚନୀ ସୂଚୀରେ ସାମିଲ କରାଯାଇଥିବା ଜଣାଯାଇଛି I

Exit mobile version