ବ୍ଲକସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

 ଶିକ୍ଷକମାନେ ହେଉଛନ୍ତି ସମାଜର ଦର୍ପଣ

୩୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ଶିକ୍ଷକ ପରିବାର ଓ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଚତୃଭୁଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଶୁକ୍ରବାରଦିନ ବ୍ଲକସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ନନ୍ଦିଘୋଷ ଭବନରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼କ୍ଟର ରତିକାନ୍ତ ମିଶ୍ର, ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକଓ ସମ୍ମାନିତ ଅତିଥିଭାବେ ବୋଲଗଡ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,

ବିଶେଷ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ଜୁନିୟର ରେଡକ୍ରସର ଉପସଭାପତି ଡକ୍ଟର ନିରଞ୍ଜନ ମହାନ୍ତି, ସହଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଅମିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ! ଶିକ୍ଷକମାନେ ହେଉଛନ୍ତି ସମାଜର ଦର୍ପଣ ବୋଲି ମୁଖ୍ୟଅତିଥି ଡ଼ଃ ରତିକାନ୍ତ ମିଶ୍ର କହିଥିଲେ ! ସଭାପତି ପ୍ରମୋଦ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ l ଶିକ୍ଷକ ପରିବାରର ସମ୍ପାଦକ ଶୈଳେନ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ l ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରାଙ୍କ ସମେତ 9ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,6ଜଣ ଶିକ୍ଷକ ଶିକ୍ଷୟିତ୍ରୀ,

1ଜଣ ସାଧନ କେନ୍ଦ୍ର ସଂଯୋଜକ,1ଜଣ କିରାଣୀ ଓ 1ଜଣ ଚତୃର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମାନପତ୍ର, ଉତ୍ତରୀୟ, ଉପଢୌକନ, ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସାଧନ କେନ୍ଦ୍ର ସଂଯୋଜକ ରତ୍ନପ୍ରଭା ସାହୁ, ବରିଷ୍ଠ ଶିକ୍ଷକ ବିଭୁତି ଭୂଷଣ ଦଳାଇ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷକ ପରିବାରର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରି ପରିଚାଳନା କରିଥିଲେ l

ଏହି କାର୍ଯ୍ୟକ୍ରମ ଉପଲକ୍ଷେ “ଶିକ୍ଷା ସୌରଭ” ସ୍ମରଣିକାକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଓ ମୁଖ୍ୟ ବକ୍ତା ଶ୍ରୀ ନାୟକ ଉନ୍ମୋଚନ କରିଥିଲେ l ସମସ୍ତ ନିମଂତ୍ରୀତ ଅତିଥିମାନେ ବିଦାୟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରାଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକ, ସାଧନ କେନ୍ଦ୍ର ସଂଯୋଜକ ଓ କର୍ମଚାରୀ ମାଣଙ୍କର ଗୁଣଗାନ କରି ସେମାନଙ୍କର ଅବସର ଜୀବନ ସୁଖମୟ ତଥା ନିରାମୟ ହେଉ ବୋଲି ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ l ପରିଶେଷରେ ଶିକ୍ଷକ ପରିବାରର କୋଷାଧକ୍ଷ ପ୍ରଫୁଲ୍ଲ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version