ନିଆଳି ବିଜେପିର ବିଜୟ ସଂକଳ୍ପ ସମାବେଶରେ ବିଶାଳ ଜନସମୁଦ୍ର : ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ – ଦଳ ଛାଡ଼ି, ବିଜେପିରେ ମିଶିଲେ ବହୁ ବରିଷ୍ଠ ନେତା , ବିଜେପିର, ବିଜୟ ଉଜ୍ଜଳ

 ୩୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ସପ୍ତମୀ ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ବିଶାଳ ଜନ ସମୁଦ୍ର ପାଲଟିଛି ,। କଂଗ୍ରେସ ଓ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିଲେ ବହୁ ବରିଷ୍ଠ ନେତା ଓ ସରପଞ୍ଚ, ନୋମିନି । ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସିନେ ତାରକା ଅନୁଭବ ମହାନ୍ତି, ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଧାୟକ ପ୍ରାର୍ଥୀ, ଛବି ମଲ୍ଲିକ,ବିଜେପିର ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଯୋଗ ଦେଇ ଏଥର ଓଡିଶାରେ ଓଡ଼ିଆ ଲୋକଙ୍କ ସରକାର ହେବ । ଗରିବଙ୍କୁ ମୌଳିକ ସୁବିଧା, ଚାଷୀଙ୍କ କଲ୍ୟାଣ ସହ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବାର ଗ୍ୟାରେଣ୍ଟି ମୋଦୀ ଦେଇଛନ୍ତି । ଦୁଇ ଥର ପଦ୍ମ ଚିହ୍ନରେ ଭୋଟ ଦେଇ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଏବଂ ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରିବାକୁ ସେ ନିବେଦନ କରିଛନ୍ତି ।ଏହି ସମାବେଶରେ ଜାତୀୟ କଂଗେସର ବରିଷ୍ଠ ନେତା ଶଶିକାନ୍ତ ଲେଙ୍କା (ଆଲୋକ ) କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏଥର ନିଆଳି ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହେବ ବୋଲି କୁହା ଯାଇଛି । ସେହି ପରି ଅଁଳୋ ପଞ୍ଚାୟତର ନୋମିନୀ ବିଜୟ କୁମାର ମୁଖୀ, ସମେତ ଶାନ୍ତନୁ କୁମାର ମହାନ୍ତି,ପ୍ରମୋଦ ନାୟକ, ବଟ କୃଷ୍ଣ ମୁଖୀ, ଯୁବ ସଂଗଠକ ଓମ ପ୍ରକାଶ ଜେନା, ସମାଜ ସେବୀ,ରାଘବ ଚନ୍ଦ୍ର ବେହେରା ପ୍ରମୁଖ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏହି ସମାବେଶରେ ପିତାମ୍ବର ଆଚାର୍ଯ୍ୟ, ପବିତ୍ର ମୋହନ ଦାଶ, ଜୟ ଚନ୍ଦ୍ର, କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଜିନା ଭୋଇ, ବିଜୁ ପାତ୍ର, ଟିକିନ ।ମିଶ୍ର, ତ୍ରିଲୋଚନ ବେହେରା, କଟକ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରତାପ ରାଉତରାୟ, ମମତା ଭୋଇ, ମୁନା ପ୍ରଧାନ, ପ୍ରମୋଦ କୁମାର ଭୋଇ, ଜଦୁ ଭୋଇ , ଡାଙ୍ଗୁ ଭୋଇ ସମେତ ବିଜେପି ନିଆଳି ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ବିଜେପି ସମର୍ଥକ ଯୋଗ ଦେଇ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟ କରିବାକୁ ଶପଥ ନେଇଥିଲେ । ନିଆଳି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଦୀର୍ଘ ୧୫ ବର୍ଷ ଧରି ବିଧାୟକ ଭାବେ ରହିଛନ୍ତି। କିନ୍ତୁ ଏଥର ନିଆଳି ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରି ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଏବଂ ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ନିଆଳି ନିର୍ବାଚନ ମଣ୍ଡଳୀ ବାସୀ ଚାହୁଁଛନ୍ତି ବୋଲି ବହୁ ଭୋଟରମାନେ କହିଛନ୍ତି ।

Exit mobile version