କଟକ ନରାଜ ଠାରେ ଗାଧୋଉଥିବା ଯୁବକ ପାଣିରେ ବୁଡ଼ିଯାଇ ନିଖୋଜ

୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରେ ଆଜି କଟକ କାଳୀଗଳି ଅଞ୍ଚଳର ୭ ଜଣ ସାଙ୍ଗ ଆସି ମଧ୍ୟାହ୍ନରେ ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ପାଣିରେ ବୁଡ଼ି ଯାଉଥିଲା ବେଳେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲା ବେଳେ ଅନ୍ୟ ଜଣେ ଛାତ୍ର ବୁଡ଼ିଯାଇ ନିଖୋଜ ଅଛି ।

ନିଖୋଜ ଛାତ୍ରର ନାମ ଅନିଲ ସେଠୀ ( ୧୭ ) ବର୍ଷ । ସେ କଟକ ରଘୁନାଥ ଜୀୟୁ କଲେଜର ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିଲା । ଅନିଲ ଏବଂ ତାର ଅନ୍ୟ ୬ ଜଣ ସାଙ୍ଗଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଏହି ଖବର ପାଇ ବାରଙ୍ଗ ଅଗ୍ନି ଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଥିବା ଅନିଲକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ନିଖୋଜ ଅନିଲକୁ ଉଧାର କରି ପାରି ନାହାନ୍ତି । ଏନେଇ କଟକ କାଳିଗଳୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version