ଅବକାରୀ ବିଭାଗ ପକ୍ଷରୁ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ – ଅଭିଯୁକ୍ତ କୋର୍ଟ ଚାଲାଣ 

୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->  ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲା ସଦର ଅବକାରୀ ବିଭାଗ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଓ ଖୋର୍ଦ୍ଧା ଜିଲ୍ଲା ସଦର ଅବକାରୀ ବିଭାଗ ନିରୀକ୍ଷକ ସନ୍ତୋଷ କୁମାର ସାହୁ ଓ ବେଗୁନିଆ ଅବକାରୀ ଥାନା ଉପ ନିରୀକ୍ଷକ ଏନ ଜାଗିନ ରାଓଙ୍କ ସୂଚନା ଅନୁଯାୟୀ ବରପଦା କାଜୁ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇ ପୁଲିସ ଅତର୍କିତ ଭାବେ ଚଢାଉ କରି ୫୯ ଶହ ଲିଟର ପୋଚ ଓ ୫୪୦ ଲିଟର ଦେଶୀ ମଦ ସହ ଆବଶ୍ୟକୀୟ ଉପକରଣ ଜବତ କରି ନଷ୍ଟ କରିଛି । ଏଥିରେ ଦେଶୀ ମଦ ବେପାରୀ ଗଡମାଣିତିର ଗ୍ରାମର ତ୍ରିନାଥ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Exit mobile version