Home ଓଡ଼ିଶା ବିବାହର ପାଞ୍ଚ ମାସ ପରେ ନବବଧୂ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ନିଜର ମାନସିକ ଭାରସାମ୍ୟ ହରାଇ ବାପଘରେ ଥିବା ସମୟରେ ଜଣେ ନବବଧୂ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପରି ଆଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମରେ ସେହି ଗ୍ରାମର ମୁରଲୀ ଭୁଏ ଙ୍କ କନ୍ୟା ମୀନାରାଣୀ ଭୁଏ ଗତ ପାଞ୍ଚ ମାସ ତଳେ ଗମ୍ଭାରୀ ଗ୍ରାମର ଡିଲେ ମଲ୍ଲିକ ଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ପୁଅ ଘର ଲୋକ ଜାଣିବାକୁ ପାଇଥିଲେ ଯେ ଝିଅର ମାନସିକ ସ୍ଥିତି ଠିକ ରହୁନାହିଁ, ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ । ସ୍ୱାମୀ ଡିଲେ ଏବଂ ତାଙ୍କ ପରିବାର ମୀନାକୁ ତାଙ୍କ ନିଜ ଘର ଭରୁଆମୁଣ୍ଡା ରେ ସାମାଜିକ ଲୋକଙ୍କ ସାମ୍ନାରେ ଘରେ ଛାଡ଼ିଦେଇ ଫେରିଆସିଥିଲେ । ଗତକାଲି ବୁଧବାର ସକାଳୁ ମୀନା ଘରଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପରିବାର ଲୋକ ଖପ୍ରାଖୋଲ ଥାନାକୁ ଖବର କରିଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୬/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ୠଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ପାରିବାରିକ ସମସ୍ୟା, ବୈବାହିକ ସମସ୍ୟା, ମାନସିକ ସମସ୍ୟା କିମ୍ବା ପ୍ରେମ ଜନିତ ସମସ୍ୟା କୁ ନେଇଁ ଆତ୍ମହତ୍ୟା ହାର ବଢ଼ିବାରେ ଲାଗିଛି ଏବିଷୟରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ସୁରଜ ଦୀପଙ୍କୁ ପଚାରିବାରୁ ବିବାହିତ ଦମ୍ପତି ପାରିବାରିକ ସମସ୍ୟା ତଥା ପାରିବାରିକ କଳହରେ ଏତେ ଛନ୍ଦି ହୋଇପଡ଼ୁଛନ୍ତି ଯେ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି । ମନୁଷ୍ୟର ଚେତନା ଯଦି ବ୍ୟକ୍ତିକୈନ୍ଦ୍ରିକ ଓ ଆକାଶଚୁମ୍ବୀ ଆଶା ସହିତ ଜଡ଼ିତ ହୁଏ, ତେବେ ତା’ର ଚେତନା ଦେହ, ମନ, ଇନ୍ଦ୍ରିୟ, ବୁଦ୍ଧି ଭଳି ନିମ୍ନ ସ୍ତରରେ ଅଟକିଯିବା ସାର ହେବ, ଯେଉଁଠି ନୈରାଶ୍ୟ ଓ ମାନସିକ ଚାପ କବଳରେ ପଡ଼ିଯାଇ ଆତ୍ମହତ୍ୟାର ଶିକାର ହେବା ସହଜ ହେବ। ମୋଟ ଉପରେ କହିବାକୁ ଗଲେ, ପ୍ରତ୍ୟେକ ମନୁଷ୍ୟ ଆସ୍ତିକ ହେଉ ବା ନାସ୍ତିକ, ବୁଝିବା ଉଚିତ ଯେ ଜଡ଼ ଓ ଚେତନା ସମ୍ମିଶ୍ରିତ ଜୀବନ ପ୍ରକୃତିର ଏକ ଅବଦାନ, ଯାହାକୁ ସଫଳତା ଓ ବିଫଳତାର ଦ୍ୱାହିଦେଇ ଜୀବନକୁ ନଷ୍ଟ କରିବାର ଅଧିକାର ନାହିଁ। ଆଜିର ଶିକ୍ଷା ପ୍ରଣାଳୀରେ ଏପରି ଦାର୍ଶନିକ ଭାବଧାରା ସାମିଲ ହେବା ଉଚିତ ବୋଲି ମତପ୍ରକାଶ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026 ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026