ତାଣ୍ଡବ ରଚିଲା କାଳ ବୈଶାଖୀ : ଧ୍ବସ୍ତ ବିଧ୍ବସ୍ତ ଦଶପଲ୍ଲା


୨୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ମହାବାତ୍ୟା, ଫାଇଲିନ୍ , ହୁଡ଼୍ହୁଡ଼୍ କୁ ବି ବଳାଇଗଲା କାଳ ବୈଶାଖୀ । ଗତ କିଛି ବର୍ଷ ମଧ୍ୟରେ ଏଭଳି କାଳ ବୈଶାଖୀ ହୋଇନଥିଲା । ଗତ ୨୮ ତାରିଖ ଅପରାହ୍ନ ଘ୪-୩୦ ବେଳକୁ ଆରମ୍ଭ ହେଲା ବର୍ଷା ‌ସହିତ ପବନ ଆଉ ଘଡ଼ଘଡ଼ି ଚଡଚଡି। ପବନର ବେଗ ଆନୁମାନିକ ୬୦ ରୁ ୯୦ କି.ମି ଓ ଝଟକା ପବନ ୧୦୦ ରୁ ଅଧିକ ଥିଲା । ଯାହା ଫଳରେ ଦଶପଲ୍ଲା ଏନ୍ ଏ ସି ସମେତ ସଲଗ୍ନ ସରିଗଣ୍ଡା, ଭୋଗବାଡି, ତୁମାଣ୍ଡି, ଟାକରା ଗ୍ରାମପଞ୍ଚାୟତ ର ଶତାଧିକ ଗ୍ରାମର ହଜାର ହଜାର ବାସଗୃହ ଧ୍ବଂସସ୍ତୁପରେ ପରିଣତ ହୋଇଛି ।

ବହୁ ପୁରାତନ ଗଛ ଭାଙ୍ଗିବା ସହିତ କେତେକ ପ୍ରାକୃତିକ ଜଂଗଲ ମଧ୍ୟ ସଂପୂର୍ଣ୍ଣ ଭାବରେ ଧ୍ବସ୍ତ ହୋଇଯାଇଛି । ବିଶେଷ ଭାବରେ ଦଶପଲ୍ଲା ଓ ଆଖପାଖ ଶତାଧିକ ଗ୍ରାମରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ଭାବରେ ବ୍ୟାହାତ ହୋଇଛି । କାଳବୈଶାଖି ପ୍ରଭାବରେ ଶତାଧିକ ୩୩ କେଭି , ୧୧ କେଭି ଓ ଏଲଟି ବିଦ୍ୟୁତ୍ ଖମ୍ବ ଭାଂଗିଯିବା ଯୋଗୁଁ ଆସନ୍ତା ୩ ଦିନ ମଧ୍ୟରେ ବିଦ୍ୟୂତ୍ ସେବା ସ୍ବାଭାବିକ୍ ହେବା ନେଇ ସନ୍ଦେହ ଶୃଷ୍ଟି ହୋଇଛି । ବୟସ୍କ ଲୋକକଂ କହିବା ଅନୁସାରେ ଏ ଭଳି ବର୍ଷା ପବନ ଆମେ ଜନ୍ମ ହେଲାବେଳୁ ଦେଖି ନ ଥିଲୁ ।

ଏହି କାଳ ବୈଶାଖୀ ରେ ଆମେ ଆକାଶରେ ଘରର ଚାଳ ଉଡିବା ଭଳି ବିରଳ ଦୃଶ୍ୟ ଦେଖିବାକୁ ପାଇଲୁ । ସେହି ୧ ଘଣ୍ଟା କାଳବୈଶାଖି ର କରାଳ ତାଣ୍ଡବ ନିଜ ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ । ତେବେ ଖବର ଲେଖାଯିବା ସୁଦ୍ଧା କ୍ଷୟକ୍ଷତିର ସଠିକୄ ଆକଳନ ରାଜସ୍ବ ବିଭାଗ କରିପାରିନ ଥିବା ବେଳେ ଆସନ୍ତାକାଲି ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ମିଳିଯିବାର ସଂଭାବନା ରହିଛି । ତେବେ କ୍ଷତିଗ୍ରସ୍ତ ପରିବାରକୁଂ ଶିଘ୍ର କ୍ଷତିପୂରଣ ଓ ବାସଗୃହ ଯୋଗାଇ ଦେବାକୁ ସର୍ବ ସାଧାରଣ ରେ ଦାବି ହେଉଛି ।

Exit mobile version