ତାଣ୍ଡବ ରଚିଲା କାଳବୈଶାଖୀ : ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ

୨୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :->  ଦଶପଲ୍ଲା ରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବ ରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି ଏହା ସହ ମୋବାଇଲ୍ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନ କୁ ଅସ୍ତ ବ୍ୟସ୍ତ କରିଥିଲା । ଅଧ ଘଣ୍ଟା ପର୍ଯ୍ୟନ୍ତ ଛେଚିଥିଲା କୁଆପଥର ।

ବର୍ଷା ସହ ପବନ ଯୋଗୁଁ ବଡବଡ ଗଛ ୫୭ ନମ୍ୱର ଜାତୀୟ ରାଜପଥ ଉପରେ ଉପୁଡ଼ି ପଡ଼ିବାରୁ ଗମନା ଗମନ ବିଚ୍ଛିନ୍ନ ହୋଇଥିଲା । ଏକ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଉଭୟ ପାର୍ଶ୍ବରେ ସମସ୍ତ ଗାଡ଼ି ମୋଟର ଅଟକି ରହିଥିଲା। ଖବର ପାଇ ସ୍ଥାନୀୟ ଯୁବକ ମାନେ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳା ଚଳ ସ୍ବାଭାବିକ ହୋଇଥିଲା ।

ବୁଗୁଡା କଲୋନୀ, ତିଳାବାଡି,ଗୁଡିଆ ସାହି ଗ୍ରାମ ର ଶରତ ନାୟକ,, ତିଳାବାଡି ଗ୍ରାମର ନିଳାମ୍ବର ନାୟକ, ବୁଗୁଡା କଲୋନୀ ଗ୍ରାମର ଦୁର୍ଯ୍ୟୋଧନ ମଳିକ, ରମାକାନ୍ତ ମଳିକ, ଉପେନ୍ଦ୍ର ପ୍ରଧାନ କଂର ବାସଗୃହ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହିତ ଆସବାବପତ୍ର ଓ ଗଛିତ ଖାଦ୍ୟଦ୍ରବ୍ଯ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Exit mobile version