ବନ ବିଭାଗ କୁ ବଡ ସଫଳତା : ଅଧାକଟା ବାର୍ହା ଜବତ୍ କଲେ ବନ କର୍ମଚାରୀ

୨୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବନ ବିଭାଗ କୁ ବଡ ସଫଳତା, ଅଧାକଟା ବାର୍ହା ଜବତ୍ କଲେ ବନ କର୍ମଚାରୀ । ଗତକାଲି ସଂଧ୍ଯା ୬ ଘଟକା ସମୟରେ ଦଶପଲ୍ଲା ବନାଂଚଳ ଅନ୍ତର୍ଗତ ବାଣିଗୋଛା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଦଶନିପଡା ନିକଟବର୍ତ୍ତୀ ଜଂଗଲରୁ ଶିକାରୀ ମାନେ ଏକ ବାର୍ହା ଶିକାର କରି ତାକୁ କାଟିବା ସମୟରେ, ବିଶ୍ବସ୍ତ ସୂତ୍ରରୁ ଖବରପାଇ ବାଣିଗୋଛା ବନପାଳ ସଦଳବଳେ ଚଢାଓ କରି ଅଧା କଟା ବାର୍ହା ଜବତ୍ କରିଛନ୍ତି ।

ବନ କର୍ମଚାରୀ କୁଂ ଦେଖି ଶିକାରୀ ଓ ତାକଂ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଅଧାକଟା ବାର୍ହା କୁ ଜବତ କରି ଆଜି ସକାଳେ , ବାଣିଗୋଛା ବନପାଳ କଂ କାର୍ଯ୍ୟାଳୟରେ ବ୍ୟବଛେଦ କରାଯାଇ ପୋତିଦିଆ ଯାଇଛି । ଏ ସମ୍ପର୍କରେ ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ କୁଂ ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିବାକୁ ମନାକରିଦେଇଛନ୍ତି ।

Exit mobile version