Home ଓଡ଼ିଶା କୁକୁରଙ୍କ ଦ୍ୱାରା ଆହତ ହୋଇଥିବା ହରିଣକୁ ଗଜପତି ବନ ବିଭାଗ ଉଦ୍ଧାର କରି ଚିକିତ୍ସା କଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲାରେ କିଛି କୁକୁରଙ୍କ ଦ୍ୱାରା ଆହତ ହୋଇଥିବା ଏକ ହରିଣ ଛୁଆକୁ ବନ ବିଭାଗ ଉଦ୍ଧାର କରି ଆବଶ୍ୟକ ସମସ୍ତ ଚିକିତ୍ସା ଯୋଗାଇ ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ମୋହନା ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରବିବାର ସକାଳେ ଜାତୀୟ ରାଜପଥ କଡ଼କୁ ଚାଲି ଆସିଥିଲା ଏକ ହରିଣ ଛୁଆ | କିଛି କୁକୁର ହରିଣ ଛୁଆକୁ ଆକ୍ରମଣ କରୁଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମୋହନା ବନ ବିଭାଗ ଭାଗ କର୍ମଚାରୀ | କୁକୁର କାମୁଡ଼ାରେ ଆହତ ହରିଣ ଛୁଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ଭି କରାଯାଇଥିଲା । ଚିକିତ୍ସା ପରେ ଆହତ ହରିଣ ଛୁଆକୁ ବନ ବିଭାଗ ନିରୀକ୍ଷଣରେ ରଖାଯାଇଛି। ହରିଣ ଛୁଆ ସୁସ୍ଥ ହେବା ପରେ ପୁଣି ଜଙ୍ଗଲରେ ଛଡାଯିବ ବୋଲି ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀ କହିଛନ୍ତି। Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026