ଅଯୋଧ୍ୟା ଶ୍ରୀରାମ ମନ୍ଦିର ଭୂମିପୂଜା ପାଇଁ କଟକରେ ପୂଜାର୍ଚନା

ଓଡିଶା ତାଜା ନ୍ୟୁଜ୍ (୦୫ ଅଗଷ୍ଟ ବୁଧବାର) କଟକ :- କଟକ, ସଦର, ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କ୍ରମେ ଆଜି ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେଉଥିବ ସମୟରେ ସାରା ଭାରତ ବର୍ଷରେ ଶ୍ରୀରାମ ଭକ୍ତ ମାନେ ଉପବାସ ବ୍ରତ ତ କିଏ ନିରାମିଷ ଆହାର କରି ଆଜି କଟକ ର ବିଭିନ୍ନ ସ୍ଥାନରେ ପୂଜାର୍ଚନା କରାଯାଉଛି, କଟକ ମହାନଦୀ ବିହାର ସ୍ଥିତ

ମହାବୀର କଲୋନି ର ଯୁବକ ସଂଘ ଓ ସମସ୍ତ ସଦସ୍ୟ ଙ୍କ ପୟାସରେ ଆଜି ଦିବା 10ଘଟିକା ସମୟ ରେ ବହୁପ୍ରତିକ୍ଷୀତ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ରଘକୁଳ ତିଳକ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ଭୂମିପୂଜନ ଉସବକୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ଭକ୍ତ ମାନେ ପ୍ରଦୀପ ପ୍ରଜୃଳନ କରି କଳସ ବସାଇ ନାମ ସଂକୀର୍ତନ କରିଥିଲେ, ଏଥିସହ ବିଶ୍ୱ ଓ ଦେଶର କଲ୍ୟାଣ ଭଗବାନଙ୍କୁ ପାର୍ଥନା କରିଥିଲେ, ରିପୋର୍ଟ ରଶ୍ମିତା ମହାପାତ୍ର

Exit mobile version