କାଉଁରିପାଟଣା ୧୧୩ ଓ ୧୧୪ ବୁଥରେ ଇ ଭିଏମ ମେସିନ ଭଙ୍ଗାକୁ ନେଇ ଉତ୍ତେଜନା

୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ୨୦୨୪ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟର ମତଦାନ ବେଗୁନିଆ -ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଶନିବାରଦିନ ଅନୁଷ୍ଠିତ ହୋଇଅଛି ! ଏହି ତୃତୀୟ ପର୍ଯ୍ୟାୟ ଭୋଟ ମତଦାନରେ ବୋଲଗଡ଼ ବ୍ଲକର ୨ଲକ୍ଷ୍ୟ ୧୮ହଜାର ୭୭ଭୋଟର ଭୋଟ ଦେଇଅଛନ୍ତି ! ଏଥିରେ ନୂଆ ଭୋଟରଙ୍କ ସଂଖ୍ୟା ୫ହଜାର ୪ଶହ ୫୦, ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ୍ୟ ୧୩ ହଜାର ୧୪୭, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ୍ୟ ୫ହଜାର ୬ ଓ ୨୪ଜଣ ତୃତୀୟ ଲିଙ୍ଗି ଭୋର ଅଟନ୍ତି ! ଏହି ନିର୍ବାଚନ ପାଇଁ ବୋଲଗଡ଼ ବ୍ଲକ ଓ ବେଗୁନିଆ ବ୍ଲକର ସମୁଦାୟ ୨୨୯ଟି ବୁଥରେ ଭୋଟରମାନେ ନିଜ ନିଜର ମତଦାନ କରିଅଛନ୍ତି !

ଆଜି ବୋଲଗଡ଼ ବ୍ଲକର ୧୨୧ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟର ମାନେ ମତଦାନ କରୁଥିବାବେଳେ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ କାଉଁରିପାଟଣା ମଧ୍ୟ ଇଂରାଜୀ  ବିଦ୍ୟାଳୟରେ ୧୧୩ ଓ ୧୧୪ଭୋଟ କେନ୍ଦ୍ରରେ ଭୋଟରମାନେ ମତଦାନ କରୁଥିବା ବେଳେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଭୋଟ ଦେବାପାଇଁ ୧୧୪ନମ୍ବର ବୁଥରେ ପ୍ରବେଶ କରିଥିଲେ ! ଭୋଟରମାନେ ଶାନ୍ତିଶୃଙ୍ଖଳାର ସହିତ ଲମ୍ବା ଧାଡିରେ ଆସି ଭୋଟ ଦେବାକୁ ଅପେକ୍ଷା କରିଥିବାବେଳେ ବିଧାୟକ ଶ୍ରୀ ଜଗଦେବ ଜୋର ଜବସ୍ତ ଭୋଟରମାନଙ୍କୁ ଠେଲାପେଲା କରି ଭୋଟ ଦେବାକୁ ଉଦ୍ୟମ କରିଥିଲେ ! ଆଗଧାଡିରେ ରହିଥିବା ପାନନଗର ଗ୍ରାମର ମହିଳା ଭୋଟର ନିର୍ମଳା ସlମନ୍ତରାୟଙ୍କୁ ଅଶ୍ରିଳ ଇଙ୍ଗିତ କରି ମୁଁ ବିଧାୟକ ପ୍ରଥମେ ଭୋଟ ଦେବାକୁ କହିଥିଲେ !

ଭୋଟର ମତଦାନ କେନ୍ଦ୍ରରେ ନିୟୋଜିତ ପ୍ରିଜା୍ଇଡିଂ ଅଫିସର ବିଧାୟକ ଶ୍ରୀ ଜଗଦେବଙ୍କୁ ଧାଡିରେ ଆସି ଭୋଟ ଦେବାକୁ କହିଥିଲେ ! ବିଧାୟକ ଶ୍ରୀ ଜଗଦେବ ପ୍ରିଜାଇଡିଂ ଅଫିସରଙ୍କ କଥା ନ ମାନିବାରୁ ଭୋଟରଙ୍କ ସହିତ ଯୁକ୍ତିତର୍କ ସହିତ ଠେଲାପେଲା ହୋଇଥିଲା ! ଉଭୟଙ୍କ ଠେଲାପେଲା ଦ୍ୱାରା ଇଭିଏମ ମେସିନଟି ତଳେ ପଡି ଅଚଳ ହୋଇ ଯାଇଥିଲା ! ! ଗଣ୍ଡଗୋଳ ଖବର ପାଇଁ ବୋଲଗଡ଼ ତହସିଲଦାର ତଥା ମାଜିଷ୍ଟେଟ ନିବେଦିତା ପରିଡା ଓ ବୋଲଗଡ଼ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଂଚି ଭୋଟରମାନଙ୍କୁ ବୁଝାସୁଝା କରି ଶାନ୍ତିଶୃଙ୍ଖଳା କରିବା ସଙ୍ଗେସଙ୍ଗେ ନୂତନ ମତଦାନ ନିମନ୍ତେ ନୂଆ ଇଭିଏମ ମେସିନ ଏକଘଣ୍ଟାରୁ ଉର୍ଦ୍ଧ ସମୟ ବିଳମ୍ବରେ ଚାଲୁକରିଥିଲେ ! ଫଳରେ ଭୋଟରମାନେ ଭୋଟ ଦେବାପାଇଁ ୪ଘଣ୍ଟାଧରି ଲମ୍ବା ଧାଡିରେ ଛିଡା ହୋଇଥିଲେ !

Exit mobile version