ବ୍ଲକ ଟପ୍ପର +୨ କଳା ଓ ବିଜ୍ଞାନ ରେ ଡଃ ଆର. ସି. ସାମନ୍ତରାୟ ମହାବିଦ୍ୟାଳୟ

୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଡଃ ଆର.ସି . ସାମନ୍ତରାୟ ମହାବିଦ୍ୟାଳୟ +୨ ବିଜ୍ଞାନ ଓ  କଳାରେ ୧୦୦% ପରୀକ୍ଷାଫଳ ସହ ବ୍ଲକ ଟପ୍ପର ହୋଇଛି । ଚଳିତ ବର୍ଷ ବିଜ୍ଞାନ ରେ ମୋଟ +୨ ରେ ୧୮୭ ଜଣ ଓ କଳାରେ ୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଜ୍ଞାନ ରେ ୧୩୨ ଜଣ ୧ମ ଶ୍ରେଣୀ, ୪୧ ଜଣ ୨ୟ ଶ୍ରେଣୀରେ ଓ ୧୪ ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲାବେଳେ, କଳାରେ ୧୪ ଜଣ ପ୍ରଥମ, ୨୩ ଜଣ ଦ୍ଵିତୀୟ ଓ ୨୭ଜଣ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଛନ୍ତି ।

 

୫୦୬ ନମ୍ବର ରଖି ବରକୋଳି ଖଣ୍ଡପଡ଼ାର ସୁନିତା ପ୍ରଧାନ +୨ ବିଜ୍ଞାନ ରେ ବ୍ଲକ ଟପ୍ପର ହୋଇଥିବା ବେଳେ ବୈ।ଦ୍ଧ ର ବାଦଲ ଲଉରିଆ ୫୦୫ ନମ୍ବର ରଖି ବ୍ଲକ ରେ ୨ୟ ସ୍ଥାନରେ ଅଛନ୍ତି । ସେହିପରି +୨ କଳାରେ ରାଜକିଆରି ର ତୁଳସୀ ଦାସ ୫୧୪ ନମ୍ବର ରଖି ଗଣିଆ ବ୍ଲକର ଟପ୍ପର ହୋଇଥିବା ବେଳେ ରୋଜାଲିନ ବେହେରା ୫୧୧ ନମ୍ବର ରଖି ମହାବିଦ୍ୟାଳୟ ର ସୁନାମ ଆଣିଛନ୍ତି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ ୯୦%ରଖି ପାସ୍ କରିଥିବା ଛାତ୍ର ଛାତ୍ରୀ ମାନେ ଯଦି ଏହି ମହାବିଦ୍ୟାଳୟ ରେ +୨ ରେ ନାମ ଲେଖାଇବେ ତେବେ ସେମାନଙ୍କୁ ସମ୍ପୁର୍ଣ୍ଣ ନିଃଶୁଳ୍କ ରେ ଏଠାରେ ପଢ଼ିବା ପାଇଁଁ ସୁବିଧା ଦିଆଯିବ ବୋଲି ଅଧ୍ୟକ୍ଷ ଜଣାଇଛନ୍ତି ।

Exit mobile version