ବିଦ୍ୟୁତ୍ ବିଭାଗର ଟାଳଟୁଳ ନୀତି, ସମସ୍ୟା ଭୋଗୁଛନ୍ତି ୪୦ ପରିବାର

୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଜକୁ ପ୍ରାୟ ୩ ବର୍ଷତଳେ ପୋଡିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ବିଦ୍ୟୂତ୍ ବିଭାଗ କୁ ଗୁହାରି କରି କରି , ପ୍ରାୟ ୪ ଦିନ ଅନ୍ଧାର ରେ ରହିଲା ପରେ ବି , ଲାଗିପାରିନଥିଲା ନୂତନ ଟ୍ରାନ୍ସଫର୍ମର । ତେଣୁ ଗ୍ରାମବାସୀମାନେ ନିଜସ୍ବ ଉଦ୍ୟମରେ ଗ୍ରାମରେ ଥିବା ପୁରୁଣା ପରିତ୍ୟକ୍ତ ୧୦ କେ ଭି ଟ୍ରାନ୍ସଫର୍ମର କୁ ଲଗାଇ ଗ୍ରାମର ପ୍ରାୟ ୪୦ ଜଣ ବିଦ୍ୟୁତ୍ ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ କରି ଅଦ୍ୟାବଧି ବ୍ୟବହାର କରି ଆସୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଲାଇନ୍ସ ମ୍ୟାନ୍ ଓ ବିଦ୍ୟୁତ୍ କର୍ମଚାରୀ କୁଂ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଗ୍ରାମବାସୀ କଂ ଅଭିଯୋଗ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଏ ଭଳି ସମସ୍ୟା ସୃଷ୍ଠି ହୋଇଛି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ର ବୁଗୁଡା ଗ୍ରାମରେ । ପ୍ରକାଶ ଥାଉ କି ,ଆଜକୁ ୩ ବର୍ଷ ତଳେ ବଜ୍ରପାତ ଫଳରେ ଗ୍ରାମର ମଣୀନାଗ ମନ୍ଦିର ନିକଟରେ ଥିବା ୬୩ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଟି ପୋଡ଼ି ଯାଇଥିଲା । ସବୁ ଗୁହାରି ନିଷ୍ଫଳ ହେବାପରେ, ଅଦ୍ୟାବଧି ଗ୍ରାମବାସୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରିନାହିଁ ।

 

Exit mobile version