ବରିଷ୍ଟ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଙ୍କୁ ସହଯୋଗ କଲେ ଏନ ସି ସି କ୍ୟାଡେଟ

୨୫ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗଣତନ୍ତ୍ର ର ମହାପର୍ବ ନିର୍ବାଚନ | ନିର୍ବାଚନ କୁ ନିର୍ମଳ ଓ ନିରପେକ୍ଷ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି | ବରିଷ୍ଟ ନାଗରିକ, ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ବସିବା, ପାଣି ପିଇବା, ସହଯୋଗ ପାଇଁ ଚଳିତ ଥର ଏନ ସି ସି କ୍ୟାଡଟ ମାନେ କାର୍ଯ୍ୟ କରିଛନ୍ତି |

ପୁରୀ ସହର ର ବିଭିନ୍ନ ବୁଥ ରେ ସ୍ୱଚ୍ଛାସେବୀ ଭାବେ କାର୍ଯ୍ୟ ବେଶ ସଫଳତା ର ସହ ସମ୍ପାଦନ କରିଛନ୍ତି  | ପୋଲିସ ଲାଇନ ହାଈସ୍କୁଲ ର ଶିକ୍ଷକ ପ୍ରଭାତ କୁମାର ଦାଶ ଭଲ୍ୟୁଣ୍ଟର ମାନଙ୍କୁ ସହଯୋଗ କରିଥିଲେ | ଶ୍ରୀ ଦାଶ ଙ୍କ ସହଯୋଗ ଯୋଗୁଁ ନିର୍ବାଚନ ଦିନ ଅନେକ ଅସୁବିଧା ର ସମାଧାନ ହୋଇପାରିଛି ବୋଲି କ୍ୟାଡେଟ ମାନେ କହିଥିଲେ |

Exit mobile version