ବାପପୁଅ ରାତି ଅନିଦ୍ରା , ମୁଗୁରା ପଛ ମେଲା….

★ ବନ୍ୟପ୍ରାଣୀ ବନାଞ୍ଚଳରେ ଗଜରାଜ ଶୂନ୍ୟ…

★ ଆସିଲା ଗଣତି ରିପୋର୍ଟ...

୨୫ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୌଦ୍ଧ :-> ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ରେ ଆଜି ହାତୀ ଗଣତି ଶେଷ l ଉକ୍ତ ବନାଞ୍ଚଳ ଅଧିନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ରେ ଗଜରlଜ ଶୂନ୍ୟ ନେଇ ଆସିଛି ରିପୋର୍ଟ l ଗତ ବୁଧବାର ଦିନ ଠାରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ପର୍ଯ୍ୟନ୍ତ 3ଦିନ ଧରି ଚାଲିଥିଲା ଗଣତି l ଉକ୍ତ ରେଞ୍ଜ ଅଧୀନରେ ଥିବା ମାରଡ଼ା, ଶୀତଳପାଣି, ସୁନାଖଣିଆ, ଅତଲସରl, କୁମାରୀ, କୁସଙ୍ଗ, ନନ୍ଦା ଗାଡୁ, ହିଞ୍ଜଳ, ଶ୍ରୀପlଜୁ, ପଦ୍ମତୋଳା, ନୂଆପଡା ଆଦି 11ଗୋଟି ବିଟ ରେ ବିଟ ପିଛା 10ଗୋଟି pip ସମୁଦାୟ 110pip, ସିସିଟିଭ, ମଞ୍ଚା ଓ 33ଜଣ କର୍ମ ଚାରି ନିୟୋଜିତ ହୋଇଥିଲେ l

pip ଗୁଡ଼ିକ ମହାନଦୀ ପଠା, ଘଞ୍ଚ ଜଙ୍ଗଲ ରାସ୍ତା, ଜଙ୍ଗଲ ରେ ଥିବା ପାଣି ନିକଟରେ କରାଯାଇଥିବା ସହିତ ସୁ ଉଚ୍ଚ ମଞ୍ଚlରେ କର୍ମ ଚାରି ରହି ହାତୀଙ୍କ ଗତିବିଧି ଲଖ୍ୟ କରିଥିବା ସୂଚନା ମିଳିଛି l ଅନ୍ୟ ପଟେ ଏହି ଗଜ ଗଣନା ରେ କୁସଙ୍ଗ ରେଞ୍ଜ ରେ ହାତୀ ଶୂନ୍ୟ ନେଇ ବନ୍ୟ ଜନ୍ତୁ ଅସୁରକ୍ଷିତ ରୁ ହାତୀ ରହୁନଥିବା ମନେ ହେଉଛି l ଏହି ହାତୀ ଗଣତି ରେ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଅନ୍ତର୍ଯ୍ୟାମୀ ଯାନୀ, ରାଜ ଶତପଥି, ସୋମନାଥ ପରିଡା, ବିଷ୍ଣୁ ପ୍ରିୟା ଦେଇ, ରୁନି ଦଳବେହେରା, ଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିବା ଓ ରେଞ୍ଜ ଅଂଚଳ ରେ ହାତୀ ନଥିବା ନେଇ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l

Exit mobile version