ବେଗୁନିଆର ସମସ୍ତ ବୁଥ୍ ରେ ଚାଲିଛି ମତଦାନ

୨୫ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ତୃତୀୟ ପର୍ଯ୍ୟାୟରେ ଚାଲିଛି ମତଦାନ । ପ୍ରଚାର ସମୟରେ ବୁଲି ବୁଲି ପ୍ରଚାର କରୁଥିଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଚାଲିଛି ବିଧାୟକ ଓ ଲୋକସଭା ସାଂସଦଙ୍କ ଭାଗ୍ୟ ନିର୍ଣ୍ଣୟ । ଅନ୍ୟ ପକ୍ଷରେ ନିର୍ବାଚନ କୁ ନେଇ ସକ୍ରିୟ ଅଛନ୍ତି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ମୁଖ୍ୟ ରାସ୍ତାରେ ରହିଛି ସ୍କ୍ବାର୍ଡ଼ ମାନଙ୍କର ତୀକ୍ଷ୍ଣ ନଜର ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯେଉଁଭଳି ଶାନ୍ତି ଓ ଶୃଙ୍ଖଳା ର ସହିତ ସମାପ୍ତ ହେବ । ସେହିପରି ବେଗୁନିଆ ବ୍ଲକ ର ସମସ୍ତ ଅଞ୍ଚଳରେ ଚାଲିଛି ମତଦାନ । ବେଗୁନିଆ ବୋଲଗଡ଼ ର ଭୋଟର ମାନେ ନିଜ ନିଜର ବୁଥ୍ ରେ ଭୋଟ ଦେଇ ନିଜର ପ୍ରତିନିଧି ମାନଙ୍କୁ ବାଛିଛନ୍ତି । ବେଗୁନିଆ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ମଧ୍ୟ ନିଜର ଭୋଟ ଦେଇଛନ୍ତି ।

Exit mobile version