ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ରେ ହାତୀ ଗଣନା ଶେଷ

୨୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୌଦ୍ଧ  :->  ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ରେ ଗତ 22 ତାରିଖ ଠାରୁ ଆଡେଣି ଗଡ଼, ବାରିଙ୍ଗ, ତଳଗାଁ ଫରେଷ୍ଟ ସେକସନ ର ହାତୀଧରା, ମୁଣ୍ଡେଶ୍ୱର, ପଢହଳ ଜଙ୍ଗଲରେ 22 /23/24 ତାରିଖ ପର୍ଯ୍ୟନ୍ତ ହଟିଗଣନା କାର୍ଯ୍ୟକ୍ରମ ଜାରିରହିଥିଲା l ଏହି ଗଣନା ପାଇଁ 60 ଜଣ ଷ୍ଟାପ ନିଯୁକ୍ତି ହୋଇ ଥିବାବେଳେ 20 ଟିମ କରାଯାଇଥିଲା ଏବଂ ଜଙ୍ଗଲ ରେ ବିଭିନ୍ନ ଜାଗାରେ 20 ଟି ମଞ୍ଚା କରାଯାଇଛି ଏବଂ ଦୁଇଟି ୱାଚ ଟାୱାର ମଧ୍ୟ ହାତୀର ଗତିବିଧି ଜାଣିବା ପାଇଁ ନିର୍ମାଣ ହୋଇଛି l

ଏହି ଗଣନା ରେ ଫରେଷ୍ଟର ସୁନୀଲ ଖେତୀ, ଅଭିମନ୍ୟୁ ମଂହାନ୍ତି, ସୁମନ୍ତ ମଲ୍ଲିକ, ଫରେଷ୍ଟ ଗାର୍ଡ ଶରତ କୁମାର ନାୟକ, ସୁବଳ ପ୍ରଧାନ ଏବଂ ସମସ୍ତ ସ୍କାର୍ଡ ଏହି ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ l ଆଜି ଶେଷ ଦିନ ସୁଦ୍ଧା ଏହି ରେଞ୍ଜ ଅଧୀନ ଜଙ୍ଗଲ ମାନଙ୍କରେ ପ୍ରାୟ 14 ଟି ଛୋଟ ହାତୀ ଥିବାର ସୂଚନା ମିଳୁଛି ବୋଲି ମାଧପୁର ରେଞ୍ଜ ଅଫିସର ଆସିକ କୁମାର ଦିଗାଲ କହିଛନ୍ତି l

Exit mobile version