୨୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ) କହୁଛୁ ଆମ ଗଣତନ୍ତ୍ର ଏକ ସଫଳ ଓ ବଳିଷ୍ଠ ଡିମୋକ୍ରାସି। ପୋଲିଂ (ଭୋଟଦେବା) ଇଲେକ୍ଟିଂ (ପ୍ରାର୍ଥୀ ବାଛିବା) ନୁହେଁ, ଭୋଟ ଦେଉଛୁ, ପ୍ରତିନିଧି ବାଛୁନୁ। ରାଜନୈତିକ ଦଳ ପ୍ରତିନିଧି ବାଛି ସାରିଛି, ଦଳର ଛବି ଉପରେ ମୋହର ମାର- ତାହାହିଁ ହେବ ତୁମର ଭୋଟିଂ।
ପୋଲିଂ ଷ୍ଟେସନ ବା ପୋଲିଂ ବୁଥ୍ ଶବ୍ଦଗୁଡ଼ିକ ଭୋଟ ଗ୍ରହଣକୁ ବୁଝାଏ, ତାହା ଇଲେକ୍ସନ୍ ବା ନିର୍ବାଚନ ନୁହେଁ, ପ୍ରାର୍ଥୀମାନଙ୍କ ଭିତରେ କିଏ ମୋ ପସନ୍ଦ ତା ବଛାବଛି କରିବା ତ ନିର୍ବାଚନର ଅର୍ଥ, ଇଲେକ୍ଟିଂ କ୍ରିୟାର ବିଶେଷ୍ୟ ଇଲେକ୍ସନ୍। ଏବେ ଆମେ ବାଲଟ ପେପରରେ ଥିବା ବିଭିନ୍ନ ଦଳର ଛବି ଭିତରୁ ଗୋଟିଏ ଦଳର ଛବିରେ ମୋହର ମାରୁଛୁ, ସେ କାଗଜଟି ଭୋଟବାକ୍ସରେ ପକାଉଛୁ ଏ ତ ପ୍ରାର୍ଥୀଙ୍କ ଭିତରୁ ଜଣକୁ ବାଛିବା ନୁହେଁ। ନିର୍ବାଚନ ପ୍ରଚାର ସମୟରେ ଦଳଗୁଡ଼ିକ ବି କହୁଛନ୍ତି ତୁମେ ଦୁଇଟା ଭୋଟ ଦିଅ, ଗୋଟିଏ ଏମ୍ପି ପାଇଁ, ଆଉ ଗୋଟିଏ ଏମ୍ଏଲ୍ଏ ପାଇଁ ।
ବିଜେଡି କହୁଛି ଯୋଡ଼ି ଶଙ୍ଖରେ, ଭାଜପା କହୁଛି ଯୋଡ଼ି ପଦ୍ମଫୁଲରେ, ଆଉ କଂଗ୍ରେସ କହୁଛି ଦୁଇଥର ହାତରେ ଭୋଟଦିଅ (ମୋହର ମାର)। ଦଳର ମୁଖ୍ୟମାନେ ପ୍ରାର୍ଥୀଙ୍କ ନାଁ କହୁନାହାନ୍ତି, ତାଙ୍କ ଯୋଗ୍ୟତା ବା ଗ୍ରହଣୀୟତା ଉପରେ କିଛି କହୁନାହାନ୍ତି, କେବଳ ଦଳର ସଂକେତରେ ଭୋଟ ଦିଅ ବୋଲି କହୁଛନ୍ତି । ପ୍ରାର୍ଥୀ ତା’ ନିର୍ବାଚନମଣ୍ଡଳୀରେ ଭୋଟରମାନଙ୍କ ସ୍ବାର୍ଥ କି ପ୍ରକାରରେ ହାସଲ କରିବ କହୁନାହିଁ, ସାରା ରାଜ୍ୟ କଥା କହୁଛି।
ନିର୍ବାଚନ ଜନାଦେଶ ପ୍ରତିଫଳିତ କରୁନାହିଁ, ଦଳାଦେଶ (ଦଳର ଘୋଷଣା)ର ପ୍ରତିଫଳନ କରୁଛି: କୌଣସି ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ ଉପରେ ମୋହର ମାର ବୋଲି କେହି କହୁନାହିଁ। ପ୍ରତ୍ୟେକ ଦଳ ରାଜ୍ୟର ରାଜକୋଷକୁ ଦଳର ପାଣ୍ଠି ମଣୁଛି। କେତେ ଟଙ୍କା, କେତେ ଜିନିଷ ଓ କେତେ ମୂଲ୍ୟର ମାଗଣା ଦେଲେ ଅଭାବୀ ଲୋକଙ୍କ ଭୋଟ କିଣିହେବ ତା’ ଭାବୁଛି।ଦେଶର ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ଗଣଙ୍କ ତନ୍ତ୍ର ସମ୍ଭବ ନୁହେଁ ବୋଲି ପ୍ରତ୍ୟକ୍ଷ ଗଣତନ୍ତ୍ର ସ୍ଥାନରେ ପ୍ରତିନିଧିମୂଳକ ଶାସନକୁ ସାଧାରଣ ନାଗରିକ ଙ୍କ ପାଇଁ ଏକ ବୁଦ୍ଧିଜୀବି ବ୍ୟକ୍ତି ଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁ ବାର୍ତ୍ତା ପ୍ରଚାର ।