୨୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳର ସାଂସଦ ପ୍ରାର୍ଥି କ୍ୟାପଟେନ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ପ୍ରଚାର ଓ ପ୍ରସାରକୁ ଜୋରଦାର ଭାବେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିଖି କାର୍ଯ୍ୟକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରି ଏବେ ଶକ୍ତିଶାଳୀ ହୋଇ ମହାଦୃମରେ ପରିଣତ ହୋଇଛି । ଯାହା ଫଳରେ ବିରୋଧି ଦଳର ଶିବିରରେ ହୃଦକମ୍ପନ ସୃଷ୍ଟି ହୋଇ ବିଜୟ ହାସଲ କରିବା ଆଶା ମଉଳିବାରେ ଲାଗି ପଡିଥିବାରୁ ବିଭିନ୍ନ ରଣନୀତି ଆପଣେଇବାରେ ବ୍ୟସ୍ତ ଅଛନ୍ତି ।
ସାଂସଦ ପ୍ରାର୍ଥି ମନ୍ମଥ ଓ ବିଧାୟକ ପ୍ରାର୍ଥି ପ୍ରଦୀପଙ୍କ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନ ସାଧାରଣ ସ୍ଵତଃ ପ୍ରବୃତ୍ତ ଭାବେ ବିଜୟ ଲାଭ କରିବା ପାଇଁ ଆର୍ଶୀବାଦ ଦେବା ସହ ବିପୁଳ ପରିମାଣର ଜନ ସମର୍ଥନ ମିଳୁଥିବାର ପ୍ରତ୍ୟକ୍ଷରେ ଦେଖିବାକୁ ମିଳୁଛି । ତେବେ ବୁଧବାର ଦିନ ପୂର୍ବାହ୍ନରେ ସିକୋ, ଶଗଡ଼ଭଙ୍ଗା,ହୀରାପୁର, ପଙ୍ଗାରସିଂହ ଓ କଣ୍ଟାବାଡ଼ ପଞ୍ଚାୟତରେ ଜୋନ ସ୍ତରୀୟ ଜନ ପ୍ରତିନିଧି, ସରପଂଚ, ସମିତିସଭ୍ୟ ଓ ବିଜେଡ଼ି ଦଳର ଦଳର ସାଙ୍ଗଠନିକ କର୍ମୀ ଓ ନେତା ଯୋଗ ଦେଇ ପ୍ରଚାର ହୋଇଥିଲା ।